STORYMIRROR

Alaka Nanda

Tragedy

3  

Alaka Nanda

Tragedy

ପ୍ରେମ ଓ ବିଚ୍ଛେଦ।

ପ୍ରେମ ଓ ବିଚ୍ଛେଦ।

1 min
179

ଜୀବନର ରଙ୍ଗୀନ ବୟସେ,ଆମ ହାତ ହେଇ ଗଲା ଛନ୍ଦି, 

ଜଣା ପଡିଲାନି କେତେବେଳେ ହଉଥିଲା ଦିନ ଆଉ ରାତି।

 ଅଜଣା ଅଶୁଣା ଏକ ପୁରୁଷ ପାଖରେ,

ସମର୍ପିଲି ନିଜକୁ କେଡେ ନିଶ୍ଚିନ୍ତରେ।(1)

ତୁମର ସେ ନିବିଡ ପ୍ରେମରେ କେବେ 

ହଜିଗଲି,

କିନ୍ତୁ ସେଟା ପ୍ରେମ ବୋଲି ନିଜେ ବୁଝି ନ 

ପାରିଲି।

କର୍ତ୍ତବ୍ୟର ଆଢୁଆଳେ ଦିନ ଗଲା ଗଡି,

ଯଉବନ ଯାଉଥିଲା ଧୀରେ ମତେ ଛାଡି।(2)

ଜୀବନର ସେଇ ଅଣନିଶ୍ୱାସୀ ଦଉଡା ଦଉଡି

ଭିତରେ,

ବୋଧେ ତୁମ ପ୍ରେମ ଲୁଚକାଳି ଖେଳୁଥିଲା ମୋ ସାଥିରେ।

ଏବେ ସେ ଦିନକୁ ଯେବେ ଯାଏ ମୁଁ ଫେରି,

ସ୍ମୃତିର ମଳୟ ବାଜି ଦେହ ହୁଏ ଶିରି ଶିରି।(3)

ଯେତେ ବେଳେ ଜାଣିଲି , ତୁମ ପ୍ରେମରେ ମୁଁ ପାଗଳ,

ନଥିଲ ପାଖରେ ମୋର,ଛାଡି ଦେଇଥିଲ ଏ ସଂସାର।

ଶୂନ୍ୟତାର ଏଇ ଏକାକୀ ଜୀବନ,

ବିଚ୍ଛେଦର ଏଇ ଉତ୍କଟ ଚୁଭନ। 

ପାରେନା ମୁଁ ସହି ଆଉ ହେ ,ମନ ମଣିଷ,

ଆଉଥରେ ମୋ କୋଳକୁ ତୁମେ ଫେରି ଆସ।(4)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy