STORYMIRROR

Alaka Nanda

Inspirational

4  

Alaka Nanda

Inspirational

ଦୀପାବଳି

ଦୀପାବଳି

1 min
368

ଗଲା ଦୀପାବଳୀ ଆଗ ଦିନ ର କାହାଣୀ,

ଆଜି ଯାଏ ତାକୁ ମୁଁ ପାଶୋରି ପାରୁନି।

ବାଣ କିଣି ଯାଇ ଥିଲୁ ବଡ ବଜାର,

ସାଥେ ଥିଲା ମୋର ନାତି ବୟସ ତେର।

ଅଖା ଉପରେ ଦୀପ କୁ ରଖି,

କଅଁଳ କଣ୍ଠ ରେ ଚାଲି ଥିଲା ସେ ଡାକି।

ଦୀପ ନିଅ ବାବୁ ମୁଁ ହାତେ ଗଢିଚି,

ଅଖିଆ ଅପିଆ ସକାଳୁ ବସିଚି।

ସଂଜ ବୁଡ ଆଗୁ ଯିବି ମୁଁ ଘର,

ଘରେ ଶୋଇଚି ରୋଗୀ ମା ଟି ମୋର।

ପିଲାଟିର ଡାକ ଶୁଣି ମୋ ନାତି,

ଦୀପ କିଣିବାକୁ କଲା ସେ ଯିଦି।

କହିଲି, କାଲି ମୁଁ ଦୀପ କିଣି ଆଣିଚି,

ପାଣି ରେ ବୁଡେଇ ତାକୁ ରଖିଚି।

ପାଣିରୁ କାଢି ଶୁଖେଇ ଦବା,

ତା ଦେହେ ତେଲ ଦେଇ ଜାଳିବା

ନାତି ମୋ ସେଦିନ ଯାହା କହିଲା,

ମୋ ଜୀବନ ଟା ସତେ ସାର୍ଥକ ହେଲା।

କହିଲା "ଜେଜେ, ସେ ପିଲା କୁ ଦେଖ,

ଦୀପ ବିକୁଚି ,ତା ପେଟରେ ଭୋକ।

ବେଉସା କରି ସେ ଘରକୁ ଯିବ,

ରୋଗୀ ମା 'ର ସେବା କରିବ। 

ପାଠ ପଢିବାର ବୟସ ତା'ର,

ହେଲେ ସେ ଚଳଉଚି ତା ଘର।

ସବୁଯାକ ଦୀପ ତା'ଠୁ କିଣିବା।

ଆରବର୍ଷ ଆମେ ତାକୁ ଜାଳିବା।"

ସବୁ ଯାକ ଦୀପ କିଣି ଆଣିଲା ,

ଅଦ୍ଭୁତ ଚମକ ତା ଆଖିରେ ଥିଲା।

ଦୀପ ବିକାଳିର ମୁଖ ର ହସ,

ଆଜି ବି ମନେ ମୋ ଦିଏ ସନ୍ତୋଷ। 

ନାତି ମନେ ଦୟା ସେ ଦିନ ଦେଖି,

ଆଜି ବି ଲୁହ ରେ ଭିଜେ ମୋ ଆଖି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational