STORYMIRROR

Binodini Dash

Inspirational

3  

Binodini Dash

Inspirational

ମୁଠାଏ ଅନ୍ନ

ମୁଠାଏ ଅନ୍ନ

1 min
161


ମୁଠାଏ ଅନ୍ନ କରଇ ପୂର୍ଣ୍ଣ

ମାନବର ଉଦର

ତାହାରି ପାଇଁ ନିତି ଧାମଇଁ

ଲଗାଇ ମନ ଧ୍ୟାନ ।


ଅନ୍ନ ବିନା କେ ନ ପାରେ ଜୀଇଁ

ପରା ଜୀବନ ଧରି

ସେ ପାଖେ ଥିଲେ ଘର ଅଗଣା

ଦିଶଇ ଇନ୍ଦ୍ରପୁରୀ ।


ତା'କୁ ଯୋଗାଡ଼ କରିବା ପାଇଁ

ପାଞ୍ଚି କେତେ ଉପାୟ

ସତ ଅସତ ପଥକୁ ବାଛି

ଚାଲଇ ଅହରହ ।


ଯୁବା ବୟସେ ଖଟେ ବିଦେଶେ

ସାଜି ଦାଦନଟିଏ

ପେଟକୁ ଦାନା ଦେହକୁ କନା

ଅତ୍ୟାବଶ୍ୟକ ଥାଏ ।


ବାଳକ ଛାଡ଼ି ମାତାର କୋଳ

ଶିଶୁ ଶ୍ରମିକ ସାଜେ

ମାଆଟିଏ ବି ପିଲାକୁ ବିକେ

ତା'ର ଅସୀମ ଧୈର୍ଯ୍ୟେ ।


ଅକରମଣ୍ଯ ଅସହାୟ ବି

ଭିକ୍ଷୁକ ବୃତ୍ତି ଧରି

ଉଦର ପାଇଁ ମୁଠାଏ ଅନ୍ନ

ଥା'ନ୍ତି ଯୋଗାଡ଼ କରି ଅକରମଣ୍ଯ ଅସହାୟ ବି


ଭିକ୍ଷୁକ ବୃତ୍ତି ଧରି


ଉଦର ପାଇଁ ମୁଠାଏ ଅନ୍ନ


ଥା'ନ୍ତି ଯୋଗାଡ଼ କରି


।


ଯାହାର ଘରେ ଅଭାବ ଦୃଶ୍ୟ

ହୁଏନି ମୁଠେ ଅନ୍ନ

ଲୋକେ ବୋଲନ୍ତି ସେହି ଘରଟି

ଲକ୍ଷ୍ମୀ ନିବାସ ସ୍ଥାନ ।


ସେ ଘରୁ ଯଦି ଭୋକିଲାଟିଏ

ନ ଫେରେ ରିକ୍ତ ହସ୍ତ

ଲକ୍ଷ୍ମୀ ମାତା ସଦା ସନ୍ତୁଷ୍ଟ

ନ ହୁଏ ଧନ ଅସ୍ତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational