STORYMIRROR

Binodini Dash

Inspirational

3  

Binodini Dash

Inspirational

ମୁଠାଏ ଅନ୍ନ

ମୁଠାଏ ଅନ୍ନ

1 min
154


ମୁଠାଏ ଅନ୍ନ କରଇ ପୂର୍ଣ୍ଣ

ମାନବର ଉଦର

ତାହାରି ପାଇଁ ନିତି ଧାମଇଁ

ଲଗାଇ ମନ ଧ୍ୟାନ ।


ଅନ୍ନ ବିନା କେ ନ ପାରେ ଜୀଇଁ

ପରା ଜୀବନ ଧରି

ସେ ପାଖେ ଥିଲେ ଘର ଅଗଣା

ଦିଶଇ ଇନ୍ଦ୍ରପୁରୀ ।


ତା'କୁ ଯୋଗାଡ଼ କରିବା ପାଇଁ

ପାଞ୍ଚି କେତେ ଉପାୟ

ସତ ଅସତ ପଥକୁ ବାଛି

ଚାଲଇ ଅହରହ ।


ଯୁବା ବୟସେ ଖଟେ ବିଦେଶେ

ସାଜି ଦାଦନଟିଏ

ପେଟକୁ ଦାନା ଦେହକୁ କନା

ଅତ୍ୟାବଶ୍ୟକ ଥାଏ ।


ବାଳକ ଛାଡ଼ି ମାତାର କୋଳ

ଶିଶୁ ଶ୍ରମିକ ସାଜେ

ମାଆଟିଏ ବି ପିଲାକୁ ବିକେ

ତା'ର ଅସୀମ ଧୈର୍ଯ୍ୟେ ।


ଅକରମଣ୍ଯ ଅସହାୟ ବି

ଭିକ୍ଷୁକ ବୃତ୍ତି ଧରି

ଉଦର ପାଇଁ ମୁଠାଏ ଅନ୍ନ

ଥା'ନ୍ତି ଯୋଗାଡ଼ କରି ଅକରମଣ୍ଯ ଅସହାୟ ବି


ଭିକ୍ଷୁକ ବୃତ୍ତି ଧରି


ଉଦର ପାଇଁ ମୁଠାଏ ଅନ୍ନ


ଥା'ନ୍ତି ଯୋଗାଡ଼ କରି



ଯାହାର ଘରେ ଅଭାବ ଦୃଶ୍ୟ

ହୁଏନି ମୁଠେ ଅନ୍ନ

ଲୋକେ ବୋଲନ୍ତି ସେହି ଘରଟି

ଲକ୍ଷ୍ମୀ ନିବାସ ସ୍ଥାନ ।


ସେ ଘରୁ ଯଦି ଭୋକିଲାଟିଏ

ନ ଫେରେ ରିକ୍ତ ହସ୍ତ

ଲକ୍ଷ୍ମୀ ମାତା ସଦା ସନ୍ତୁଷ୍ଟ

ନ ହୁଏ ଧନ ଅସ୍ତ ।



Rate this content
Log in

Similar oriya poem from Inspirational