Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ସୁଖ କି ଆଉ ଫେରିବ

ସୁଖ କି ଆଉ ଫେରିବ

1 min
193


ଆଜି ତୋ ମନ୍ଦିର ଖାଲି ପଡ଼ିଅଛି

  କାଲି ତ ପୁରିଉଠିବ.

ହେଲେ ଯେଉଁ ଘର ଜନଶୂନ୍ୟ ହେଲା

  ତାହାକି ଆଉ ପୁରିବ.

ସବୁ, ତୁମ ଇଚ୍ଛା ହେ ମାଧବ. l0l


ଭକତେ ଆସିବେ ଦୀପ ତ ଜାଳିବେ,

  ଡାକି ମଣିମା ମଣିମା.

କୁନି ପିଲାଟିର ବାପା ଡାକ ଆଉ

  ଘରେ ନ ଶୁଭିବ ଜମା.

କାହାକୁ କହିବ କିଏ ବା ବୁଝିବ

  ତାର ଦୁଃଖ ପରାଭବ. l1l


ଅସରା ଅସରା ଭକତି ଝରିବ

  ତୋହର ମନ୍ଦିର ସାରା.

ହେଲେ ସେହି ଘରେ ଅସରା ଲୁହରେ

  ତିନ୍ତିଯାଏ ବସୁନ୍ଧରା.

କାହିଁକି ଏ ଦୁଃଖ କହରେ କାଳିଆ

  ସୁଖ କି ଆଉ ଫେରିବ. l2l

  



Rate this content
Log in