Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ମାଆ କାମାକ୍ଷା

ମାଆ କାମାକ୍ଷା

1 min
7



ହେ ମାହେଶ୍ୱରୀ ମହା ମାହେଶ୍ୱରୀ

ହେ ମାହେଶ୍ୱରୀ ମହା ମାହେଶ୍ୱରୀ

ଥିଲେଟି ଭାଗ୍ୟରେ ଏ ମିଛ ସଂସାରେ

    ଦର୍ଶନ ମିଳେ ତୋହରି 

ଲକ୍ଷ ଲକ୍ଷ ଭକ୍ତ  ହୋନ୍ତି ସମାଗତ

ଆଶୀର୍ବାଦ ନିତି ଢାଳି ଦେଉ ମାତ

   କୃପା ଦାତ୍ରି ମା ଗଉରୀ ।0।


ଆସାମ ରାଜ୍ୟରେ ଗୌହାଟୀ ସହରେ

    ପ୍ରସିଦ୍ଧ ତ୍ରିକୋଣ ଭୂମି

ସତୀଙ୍କର ଅଂଶ  ଯୌନାଙ୍ଗ ବିଶେଷ

   ଫିଙ୍ଗି ଥିଲେ ଅନ୍ତର୍ଯ୍ୟାମୀ

ଯୌନାଙ୍ଗର ପୀଠ  ଜାଣେ ଏ ଜଗତ

    କାମାକ୍ଷା ନାମେ ବିହରି 

ତୁମରି ପରଶେ    ଏହି ପୀଠ ହସେ

    ସଦା ଫୁଲେ ସଜ୍ଜା ଶିରି 

 ପୁଷ୍କରିଣୀ ଜଳେ   ନାଲି ବସନରେ

  ପୂଜା ପାଏ ମାତା ଜରାୟୁ ସେଠାରେ

     ପୂଜଇ ନିତି ଅଘୋରି ।।


ଆଷାଢ଼ ସପ୍ତମୀ    ତିଥିବାରେ ପୁଣି

    ହୁଏ ଅମ୍ବୁବଚି ମେଳା

ବିବାହିତ ନର     ନ ଯାଏ ପୟର

    ମାତା ହୋନ୍ତି ରଜସ୍ୱାଳା

ପୁଷ୍କରିଣୀ ଜଳ      ତ୍ରିଦିବସ କାଳ

     ରକ୍ତ ବର୍ଣ୍ଣେ ପଡେ ଝଳି

ପ୍ରସାଦ ସ୍ୱରୁପେ ଯେ କୁଆଁରୀ ଗ୍ରାସେ

     ଯାଏ ସର୍ବ ରୋଗ ହରି

  ଦୁଃଖ ଶୋକ ହରେ ଆଶୀର୍ବାଦ ତୋର

  ହସେ ତା ସଂସାର  ସତେ ସ୍ବର୍ଗ ପୁର

     ଶରଣ ଯାଇ ତୋହରି ।।



Rate this content
Log in

Similar oriya poem from Inspirational