ଆମ ଗାଆଁ ହୋଲି
ଆମ ଗାଆଁ ହୋଲି
ଆମ ଗାଆଁ ହୋଲି ଭାରି ଚୁଲୁବୁଲି
ବରଷକେ ଥରେ ଆସିଛିରେ ବୁଲି
ପ୍ରେମର ପସରା ଦେଉଛି ଇସାରା
ସ୍ନେହ ମମତାର ନୂଆ ଭାଇଚାରା
ସାଙ୍ଗ ସାଥି ଆସ ଖେଳିବା ହୋଲି
ସବୁ ରାଗ ହିଂସା ପଛକୁ ଠେଲି ।
ପହିଲି ଚଇତେ ବହେ ଚଇତାଳି
ସୁଲୁ ସୁଲୁ ବାଆ ହାତେ ପିଚକାରି
ରାମା ଦାମା ଶାମା ମାଧିଆ ନବିନା
ଗୀତା ସୀତା ରମା ବନିତା ବେବିନା
ହୋଇଲେଣି ଗାଆଁ ମୁଣ୍ଡରେ ମେଳି
କେତେ ରକମର ରଙ୍ଗକୁ ଗୋଳି ।
ରଙ୍ଗ ନୁହେଁ ସେତ ମମତାର ଡୋରି
ଶାଶ୍ଵତ ପ୍ରେମର ବନ୍ଧନ ଶିକୁଳି
ପବିତ୍ରତା ନେଇ ଭିଜିବା ରଙ୍ଗରେ
ଭୁଲିବାନି କେହି କାହାକୁ ଅନ୍ତରେ
ମନେ ନୂତନତା ଭରଇ ହୋଲି
ଉତ୍କଳ ସଂସ୍କୃତି ଯିବାନି ଭୁଲି ।