Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ମହା ଶିବରାତ୍ରୀ

ମହା ଶିବରାତ୍ରୀ

1 min
4



ମହା ଶିବରାତ୍ରୀ    ମୋର କାଳ ରାତ୍ରି

    ହେଉ ହେ କୈଳାସ ବାସୀ

ତୁମରି ଅଗଣା     ମୋ ପାଇଁକି ସିନା

     ଅଟେ କାଶୀ ବାରଣାସୀ ।


ଆହେ ଭୋଳନାଥ    ଏକି ବିପରୀତ

      ମରୁଛି ଜୀବନ ଥାଇ

ତୁମ ଦୟବଳେ     ଏ ଅଧମ ଚଳେ

       ତୁମରି ଆଶିଷ ପାଇଁ

  ଢାଳି ଦିଅ ବାରେ ଆଶିଷରୁ ଧାରେ

  ଭିକାରିଟେ ହୋଇ ବସିଅଛି ଦ୍ୱାରେ

    ଘେନି ବନି ମୋତେ ଦୋଷୀ ।


ଅଶ୍ରୁ ନୟନରେ    ଦୀପଟିଏ ଜାଳେ

     ନ ପାହୁ ଜାଗର ରାତି

ଝରୁଥିବ ଲୁହ      ଉଠୁଥିବ କୋହ

     ତୋ ପାଦେ ଢାଳି ପ୍ରଣତି

ଆହେ ଆଶୁତୋଷ ବାରେ ହୁଅ ତୋଷ

ଏ ଜୀବନ ପଥ   ହୋଇଯାଉ ଶେଷ

    ତୁମ ନାମ ଘୋଷି ଘୋଷି ।




Rate this content
Log in

Similar oriya poem from Inspirational