STORYMIRROR

Pramodini Parichha

Inspirational

3  

Pramodini Parichha

Inspirational

ଶୁଣ ନିବେଦନ

ଶୁଣ ନିବେଦନ

1 min
162

ଶୁଣ ଶୁଣ ମାଆ ମୋର

ଶୁଣ ନିବେଦନ

କନ୍ୟା ବୋଲି କର ନାହିଁ

ମୋତେ ହୀନିମାନ...୧


ପୁଅ ତୁମ ଦିବାକର

ଐଶ୍ୱର୍ଯ୍ୟର ଗନ୍ତାଘର

ମୁଁ ନୁହେଁ କି ମାଆ ତୁମ

ହୃଦର ସ୍ପନ୍ଦନ

ଶୁଣ ଶୁଣ ମାଆ ମୋର

ଶୁଣ ନିବେଦନ...୨


ଢାଳି ଦିଅ ପ୍ରୀତି ସୁଧା

ହଟିଯାଉ ସବୁ ଦ୍ୱିଧା

ଝିଅ ପୁଅ ଭାବ ନାହିଁ 

ସଭିଏଁ ସମାନ

ଶୁଣ ଶୁଣ ମାଆ ମୋର

ଶୁଣ ନିବେଦନ...୩


ମୁଁ ଯେ ତୁମ ପ୍ରତିଛବି

ଯଶ ଖ୍ୟାତି ଅରଜିବି

ପୃଥ୍ୱୀ ଠାରୁ ବ୍ୟୋମ ଯାଏଁ

କରିବେ ନମନ

ଶୁଣ ଶୁଣ ମାଆ ମୋର

ଶୁଣ ନିବେଦନ...୪


ତୁମେ ମୋର ସୃଷ୍ଟି କର୍ତ୍ତା

ତୁମେ ମୋ ଭାଗ୍ୟ ବିଧାତା 

ତୁମେ ଦେଲେ ଶୁଭାଶିଷ

ହଜିଯିବ ଦୁଃଖ କ୍ଲେଶ

ପାଇବି ଜୀବନ

ଶୁଣ ଶୁଣ ମାଆ ମୋର

ଶୁଣ ନିବେଦନ....୫



Rate this content
Log in

Similar oriya poem from Inspirational