STORYMIRROR

Kalandi pal

Inspirational

3  

Kalandi pal

Inspirational

ପଥ ଯେ ଅନେକ

ପଥ ଯେ ଅନେକ

1 min
210


ପଥ ଯେ ଅନେକ  ପଡ଼ିଅଛି ଦେଖ

     କିଏ ସିଧା କିଏ ବଙ୍କା

ଏକା ଏକା ଏଠି   ଚାଲିବାକୁ ହୁଏ

     ନାହିଁ ସହୋଦର ସଖା

  ଏକା,ସହା ଜଗନ୍ନାଥ ଏକା ।0।


ପଥ ଦୁଇ ପାଶେ ନାନା ଫୁଲ ହସେ

    ବାସ ତାର ଚହଟାଇ

ବାନ୍ଧେ ତା ବନ୍ଧନ ବାଟୋଇର ମନ

    ପଥଭ୍ରଷ୍ଟ କରିଦେଇ 

କେଉଁଠି ମସୃଣ   ବନ୍ଧୁର ସମାନ

    ପୁଣି କଣ୍ଟକିତ ପକ୍କା ।୧।


ଆଖି ଦେଖେ ନାହିଁ ଆଢ଼ୁଆଳେ ରହି

    ଦେଖୁଛନ୍ତି ଜଗନ୍ନାଥ

ପାଦେ ଲୟ କରି ହେଲେ ପଥଚାରି

    ବଢାଇ ଦିଅନ୍ତି ହାତ

ସେ ହାତ ପରଶେ ସବୁ ବିଘ୍ନ ନାଶେ

     ମନୁ ଘୁଞ୍ଚି ଯାଏ ଦକା ।୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational