କିଏ ବା ବୁଝିବ
କିଏ ବା ବୁଝିବ
କିଏ ବା ବୁଝିବ କିଏ ବା କଳିବ
ତୋ' ଭାବ ଡୋରିର ଗୁଣ
ଭାବରେ ଭାବରେ ବାନ୍ଧୁ କାଳିଆରେ
ଛିଣ୍ଡାଇ ସବୁ ବନ୍ଧନ
ହେଲେ ,ମୋ ପାଇଁ ହେଲୁ ମଉନ।
ତୋ' ରୂପ ଦର୍ଶନ କଲେ ଏ ନୟନ
ଚର୍ମ ଚକ୍ଷୁ ହୁଏ ଧନ୍ୟ
କେତେ ଆଶା ନେଇ ଆସିଥିଲି ଧାଇଁ
କରିବି ବୋଲି ଦର୍ଶନ
କେଉଁଠି କି ଦୋଷ ଦେଖି ପୀତବାସ
ହରଷ ବଦଳେ ଭରିଲ ବିରସ
ଧିକ ମୋର ଏ ଜୀବନ ।
ଯାଇଥାନ୍ତି କ୍ଷେତ୍ର ଦେଖିଥାନ୍ତା ନେତ୍ର
ଅଭୁଲା କଳା ବଦନ
ହୋଇଥାନ୍ତି ଖୁସି ତୋ' ଛଡା ତୁଳସୀ
ପାଇ ତୋ ଅବଢ଼ା ଅନ୍ନ
କୁହ ପ୍ରଭୁ ଥରେ କେଉଁ କପଟରେ
ଡୋରି ଲାଗିଲାନି ଏ ଅଧମ ଠାରେ
ପୋଡ଼ିଗଲା ମୋର ମନ ।
