STORYMIRROR

Bijoy Jena

Inspirational

3  

Bijoy Jena

Inspirational

ବହୁଛି ମଳୟ

ବହୁଛି ମଳୟ

1 min
140


ବହୁଛି ମଳୟ ବାଆ ସୁଲୁ ସୁଲୁ

   କୋଇଲି ରାବଇ କୁହୁ

 ପ୍ରକୃତିର ଶୋଭା ଉଛୁଳି ପଡ଼ଇ

   ଯୌବନ ଫୁଟଇ ଦେହୁ।


ଅଳସ ଗତିରେ ଗିରି ନିର୍ଝରଣୀ

   କୁଳୁ କୁଳୁ ତାନେ କହେ

ଆଗକୁ ବଢ଼ିଲେ ସୁଗମ ହୁଅଇ

    ଜୀବନର ମୂଲ୍ୟ ରହେ।


ଘଞ୍ଚ ବନାନୀରେ ସାଇଁ ସାଇଁ ଶବ୍ଦ

    ନିରବ ନିଶୁନ ଗତି

କ୍ଷଣ କ୍ଷଣ ହୋଇ ପ୍ରବାହିତ ହୁଏ

    ଆଣଇ ମନରେ ଭୀତି।


ସକାଳ ଗଲାଣି ସଞ୍ଜ ଆସିଲାଣି

    ମାଡ଼ି ଆସୁଛି ଅନ୍ଧାର

ପ୍ରକୃତି କୋଳରେ ଶୋଇ ଯିବେ ସର୍ବେ

    ସୃଷ୍ଟି କର୍ତ୍ତାଙ୍କ ଇସାରା ।


ତାଙ୍କରି କରୁଣା ଟିକେ ନୁହେଁ ଊଣା

   ସମ ତୁଲ ସମ ଜ୍ଞାନ

ହୃଦୟ ମନ୍ଦିରେ ପୂଜି ନିରନ୍ତର

   ଯିବା ତାଙ୍କରି ଶରଣ।


ଏହି ଭାବ ଯଦି ପ୍ରକଟିତ ହେବ

   କୃତଜ୍ଞତା ଯିବ ପୁରି

କାଳିଆର ଡୋର ଲାଗିବ ପ୍ରତ୍ୟହ

   ମର୍ତ୍ତ୍ୟ ହେବ ସ୍ୱର୍ଗ ପୁରୀ।



Rate this content
Log in

Similar oriya poem from Inspirational