Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ପଖାଳ ଦିବସ

ପଖାଳ ଦିବସ

1 min
7



ପଖାଳ ଦିବସ   ଭୁଲ ନାହିଁ କେହି

    ପଖାଳକୁ ଭୁଲି ଯାଅ

ପଖାଳ ଜାଗାରେ ଫାଷ୍ଟ ଫୁଡ୍ ଘରେ 

    ନିତି ବନେଇକି ଖାଅ ।।


ବଡ ରାଜ ନେତା   ଆଜିର ଦିନଟା 

    ଖାଆନ୍ତି ବାଧ୍ୟେ ପଖାଳ

ଫଟୋ ଉଠିଗଲେ ସବୁ ଖେଳ ସରେ 

    ପ୍ରଚାରଟା ହୁଏ ଜୋର ।।


କବି ଓ ଲେଖକ   ଲଗାଇ ଦିମାକ

     ଭଳିକି ଭଳି ଲେଖନ୍ତି

ସତ କୁହ ଭାଇ   ଜଗା ରାଣ ଖାଇ 

    ପଖାଳ ଖାଅ କି ନିତି ।।


ଖାଆନ୍ତି ପଖାଳ    ମଳି ମୁଣ୍ଡିଆ ତ

     ଅଭାବର କଷାଘାତେ

ଚାଷୀ ଖାଉଥାଏ   ଶାଗ ପଖାଳକୁ

    ଯାହା କମେଇଛି ହାତେ ।।


ଗ୍ରିଷମ ଅଇଲେ   ପଖାଳ ଭାତରେ

    ତୁମର ଟିକେ ଶରଧା

ଆଉ ସବୁ ଦିନ    ଚିକେନ ମଟନ

    ଫାଷ୍ଟ ପୁଡ ହୁଏ ରନ୍ଧା ।।


ଦେଖେଇ କୁହନ୍ତି  କୋଉଠି କେମିତି

    ପଖାଳ ଖିଆ ଓଡ଼ିଆ

ଓଡ଼ିଆଙ୍କ ପାଇଁ    ପଖାଳଟି ଭାଇ

    ଅଟଇ ଭାରି ବଢିଆ ।।


ଓଡ଼ିଆ ଠାକୁର   ହୋଇ ଆଗଭର

    ଖାଆନ୍ତି ପଖାଳ ଭାତ

ପଖାଳଟି ଆମ    ପ୍ରଥା ପରମ୍ପରା

    ଦେହ ପାଇଁ ପୁଣି ହିତ ।।


ଦେହର ସୁରକ୍ଷା   ଶକ୍ତି ଟିକୁ ରକ୍ଷା

    କରେଟି ପଖାଳ ଭାତ

ତା ସାଙ୍ଗକୁ ଭାଇ   ଶାନ୍ତି ନିଦ ଟିଏ

     ଉଚ୍ଚ ରକ୍ତ ଚାପ ହତ ।।


ଗାଆଁ ଗହଳିରେ  ପ୍ରତି ଘରେ ଘରେ

    ପଖାଳଟି ମୁଖ୍ୟ ଖାଦ୍ୟ

ବଡ଼ି ଚୁରା ପୁଣି   ଶାଗ ଖରଡାରେ

    ଚମକ୍ତାର ଯାର ସ୍ଵାଦ ।।


ସହରି ଢାଞ୍ଚାରେ   ଭାରି ଅଡ଼ୁଆରେ

    ଏହି ସେ ମଲା ପଖାଳ

ଦିନକ ପାଇଁକି  ଦେଖେଇ ହୋଇକି

    ବାହାଦୂରୀ ଖାଲି ମାର ।।


  


Rate this content
Log in

Similar oriya poem from Inspirational