Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଦେବୋପମ ଦେବ ଭୂମି

ଦେବୋପମ ଦେବ ଭୂମି

1 min
4



    ଅଶି ମଉଜାର  ଜନତାଙ୍କ ପାଇଁ

    ଅଶି ଏକର ଏ ଦେବୋପମ ଭୂଇଁ

      ବିଜେ ଶହେ ଆଠ ଦୋଳ

    ନାଶି ସୋମ କଷ୍ଟ ନାମ ସୋମନାଥ

         ଥାନାପତି ସଭିଙ୍କର ।


    ପଞ୍ଚୁ ଦୋଳେ ହରି ରାଜ ପୁର ଠାରେ

    ହୁଅନ୍ତି ମିଳନ    ମହା ଆଡ଼ମ୍ବରେ

       ଶୁଭେ ଟମକ ନିଶାଣ

    ହରି ହର ଭେଟ   ପଶ୍ଚିମା ଶମ୍ଭୁ ତ

       କମ୍ପି ଉଠେ ମଇଦାନ ।


    କୃତ୍ରିମ ତାରାରେ   ଝଲସେ ଗଗନ

    ବୁଢ଼ା ବୁଢ଼ୀ ଘୋଡ଼ା ନାଚ କିଣେ ମନ

       ଝୁଲି ଝୁଲି ଆସେ ଦୋଳ

    ମନ ମତାଣିଆ   ତାଳରେ ଘଣ୍ଟୁଆ

       ବାଜେ ଖୋଳ କରତାଳ ।


    ଚମକି ଉଠଇ  ମେଳଣ ପଡିଆ

    ଭାବ ବିହ୍ଵଳିତେ ଫଗୁ ଦିଆନିଆ

       ରୁଣ୍ଡ ଲକ୍ଷ ଲକ୍ଷ ଭକ୍ତ

    ସତେ ଅବା ପୁରୀ ସବୁ ଅଛି ପୂରି

      ହୁଏ କେତେ ଭୋଜି ଭାତ ।


    ଓଡ଼ିଆ ସଂସ୍କୃତି ପ୍ରଥା ପରମ୍ପରା

    ସ୍ନେହ ମମତାର ଏହି ଭାଇଚାରା

       ସ୍ବର୍ଣ୍ଣାକ୍ଷରେ ଇତିହାସେ

    ଲିପିବଦ୍ଧ ହୋଇ ପୃଷ୍ଠାକୁ ମଣ୍ଡଇ

       ହରି ହର ରଙ୍ଗ ରସେ ।



Rate this content
Log in

Similar oriya poem from Inspirational