STORYMIRROR

Kalandi pal

Inspirational

3  

Kalandi pal

Inspirational

କାଉଡ଼ିଆ ଭକ୍ତ

କାଉଡ଼ିଆ ଭକ୍ତ

1 min
200


କାନ୍ଧେ ଗଙ୍ଗା ଜଳ ତୁଣ୍ଡେ ଶିବ ନାମ

ଗଳାରେ ରୁଦ୍ରାକ୍ଷ  କପାଳେ ଚନ୍ଦନ

   ( ମୁହିଁ)କାଉଡ଼ିଆ ଭକ୍ତ ତାର

ଯାଉଛିରେ ଭାର  ନେଇ ମୁଁ ମନ୍ଦିର

     ସଜାଇ ବେଲ ପତର

ବାବା ଭୋଳନାଥ ପାର କର

ବାବା ଲୋକନାଥ ପାର କର ।


ପହିଲି ଶ୍ରାବଣ   ବରଷାର ଧାର

କୁଳୁ କୁଳୁ ବହେ ହୋଇ ନଦୀ ଜଳ

      ସେଥିରେ ସରାଗ ତାର

ତାମୁଣ୍ଡେ ଢାଳିଲେ କୋଟି ପୁଣ୍ୟ ମିଳେ

     ତା ସଂଗେ ଶ୍ରୀ ଫଳ ଜଳ.

ବାବା ଶିବ ଶମ୍ଭୁ ପାର କର

ବାବା ଅଷ୍ଟ ଶମ୍ଭୁ ପାର କର ।


ଶିରେ ମନ୍ଦାକିନୀ ନିତି ଢାଳେ ପାଣି

ଭୋଳାନାଥଙ୍କର  ମନ ତ ବୁଝେନି

     ଖୋଜନ୍ତି ଶ୍ରାବଣ ଜଳ

ପ୍ରତି ସୋମବାରେ କାଉଡ଼ିଆ ଦଳେ

     ଢାଳନ୍ତି ନେଇ ପୟର

ବାବା ଲିଙ୍ଗରାଜ ପାର କର

ବାବା ବଦ୍ରିନାଥ ପାର କର ।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational