STORYMIRROR

Banalaxmi Mohanty

Inspirational

4  

Banalaxmi Mohanty

Inspirational

ଏତ କଳିଯୁଗ

ଏତ କଳିଯୁଗ

1 min
367


  

  ଏତ କଳିଯୁଗ ଭାଇ କଳିଯୁଗ

   କଳିଏଠି ରାଜା ସରବେ ପରଜା

  କଳିର ଆଦେଶ ମାନେ ଯିଏ ଏଠି

  ତା ମୁଣ୍ଡରେ ବନ୍ଧା ସୁନାର ପାଗ।। 

  

   ଯେତେ ଅଧର୍ମ ଏଠି ଯିଏ କରିବ

   କଳିର ଅତି ଆପଣାର ସେ ହେବ

   ତାହାର ନିୟମ ଯିଏ ନମାନେ

   ଦିନ କାଟଇ ଅତି ହୀନିମାନେ।।


  ଧର୍ମ ଏକ ପାଦେ ଠିଆ ହୋଇଛି 

  ଅଧର୍ମ ତାହାର ଗୋଡ ଟାଣୁଛି

  ଏ ଯୁଗରେ ଯିଏ ଧରମେ ଚଳେ 

  କଷଣ ଲଭଇ ସେ ସବୁ ବେଳେ।।


  ହିଂସା, ଦ୍ବେଷ, ଗର୍ଵ ଓ ଅହଂକାର 

  କଳି  ରାଜା  ଘନିଷ୍ଟ  ସହଚର

  ହିଂସା, ଦ୍ବେଷ, ଏଠି ବଢେ ପ୍ରବଳ

  ଧର୍ମ ଥିଲା ପ୍ରାଣୀଙ୍କ ପାଇଁ କାଳ।। 


  ଅଧର୍ମ ପ୍ରାବଲ୍ୟ  ଧର୍ମର କ୍ଷୟ

  ତେଣୁ  ମାଡି ଆସଇ ବିପର୍ଯୟ

  କରୋନା ରୋଗ ବିଶ୍ବକୁ ଗ୍ରାସିଛି

  ଗୃହେବନ୍ଦୀ ହୋଇ ମଣିଷ ଅଛି।। 


 ଯିଏ କରେ ଏଠି  ଅନ୍ୟର ଭଲ

ସେଇ ଲୋକ ଖୋଜେ ତାପାଇଁ ଖାଲ

 ଖାଲେ ପଡି ହୁଏ  ସିଏ ରକ୍ତାକ୍ତ

କଳି ଯୁଗ ଏତ ଭାଇ କଳିଯୁଗ ଏତ।


 ତ୍ୟାଗ ର ଫଳକୁ ନବୁଝେ କେହି

 ତଥାପି ଧରମୀ  ହଟଇ ନାହିଁ 

ନିଜ। ଧରମରୁ ନହୁଏ ବିଚ୍ୟୁତ 

 ସାହା ସିନା ତାକୁ ଜଗତ ନାଥ।। 


  ବେଳୁବେଳ କରୁ ହୁଏ ଅସହ୍ୟ

  କାଳିଆ କରିବ ନିଶ୍ଚେ ଉପାୟ

  ଅଧର୍ମୀ କଳିର ହୋଇବ କ୍ଷୟ

 ଯୁଗେ ଯୁଗେ ସତ୍ୟ ଧର୍ମ ର ଜୟ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational