STORYMIRROR

Debabrata Mishra

Inspirational

4  

Debabrata Mishra

Inspirational

ନିଶା ନିବାରଣ

ନିଶା ନିବାରଣ

1 min
611


ଆଉ କେତେ ଦିନ, ସପ୍ତାହ, ମାସ ଅବା ବରଷ

ଗାନ୍ଧୀଙ୍କ ସ୍ୱପ୍ନକୁ ପୂରଣ କରିବ ଭାରତ ଦେଶ, 


ବାପୁଜୀଙ୍କ ମନେ ଦେଶପାଇଁ ଥିଲା ଅନେକ ଆଶା

ସେ ଚାହୁଁଥିଲେ ଦେଶରୁ ନିବାରଣ ହେଉ ନିଶା, 


ଦେଶ ଅବା ରାଇଜରେ କେତେ ଗଢା ସରକାର

ନିଶା ନିବାରଣ ରେ ରଖିତ ନାହାଁନ୍ତି ଟିକେ ନଜର, 


ବିଭିନ୍ନ ନିଶାର ବେପାର ଦେଶରେ ବଢି ଚାଲିଲା

ଅଧିକ ଲାଭ ମିଳୁଛି ବୋଲି ସରକାର ବୁଝିଲା, 


ରାଜକୋଷ ବଢିଲା ସିନା ରାଇଜ ଗଲା ତଳକୁ

ଆହୁରି ସୁବିଧା ହେଲା ଏଠି ମଦବେପାରୀଙ୍କୁ, 


ସମାଜ ପତନର ମୁଖ୍ୟ କାରଣ ଏ ମଦ୍ୟପାନ

ଯୁବଗୋଷ୍ଠୀ ମଦ ନିଶାରେ ଭାଙ୍ଗିଦେଲେ ସପନ, 


ବିଭିନ୍ନ ପ୍ରକାର ନିଶାରେ ସମାଜ କବଳିତ ଆଜି

ସରକାର ଚୁପଚାପ୍ ଏଠି ମୁକ ଦର୍ଶକ ସାଜି, 


ଦୀର୍ଘକାଳ ଧରି ଚାଲିଛି ନିଶାବିରୋଧୀ ଆନ୍ଦୋଳନ

ତୀବ୍ର ହେବ କ'ଣ ହୋଇ ଚାଲିଲା ପ୍ରଭାବହୀନ, 


ଯେତେ ବୁଝାଇଲେ ଲୋକେ ବୁଝିବାକୁ ନାରାଜ

କୁହନ୍ତି ସେମାନେ ବିନା ମଦରେ ବଞ୍ଚିବା ଅସହଜ, 


ଧୀରେଧୀରେ ମଦୁଆଙ୍କ ସଂଖ୍ୟା ଚାଲିଛି ବଢି

ଏହାର ପ୍ରଭାବେ ଦୁର୍ଘଟଣା ଯାଏ ବଢିବଢି, 


ହତ୍ୟା, ଦୁଷ୍କର୍ମ, ସଡକ ଦୁର୍ଘଟଣା ଓ ଅସଦାଚରଣ

ମଦ୍ୟପାନ ହିଁ ଏସବୁର ଅଟଇ ମୁଖ୍ୟ କାରଣ, 


ନିଶାରେ ମଣିଷ ହିତାହିତ ଜ୍ଞାନ ଯାଉଛି ଭୁଲି

ସମାଜ କବଳିତ ମଦ ନିଶାରେ କିଛି ନଥିବ କାଲି, 


ମୁର୍ଖଠାରୁ ଶିକ୍ଷିତ ଯାଏ ସମସ୍ତଙ୍କର ଏ ଅତି ପ୍ରିୟ

ୟାକୁ ପିଇବାକୁ କଲେଜ ପିଲାଙ୍କ ନାହିଁ ତିଳେ ମାତ୍ର ଭୟ, 


ଗାଁ ଗହଳି ରେ ପ୍ରତିଦିନ ୟା' ପାଇଁ ଅଶାନ୍ତି ହୁଏ

ପ୍ରତି ରାତିରେ ସ୍ତ୍ରୀ ସ୍ୱାମୀ ଠାରୁ ନିଶ୍ଚେ ମାଡ଼ ଖାଏ, 


ସମୟ, ସ୍ୱାସ୍ଥ୍ୟ, ଜୀବନ ନଷ୍ଟ ଏହି ମଦ ପାଇଁ

ଆନ୍ଦୋଳନ ଚାଲିଛି ସମାଜରୁ ମଦ ହଟିବା ପାଇଁ, 


ଯେତେ ଶିଘ୍ର ନିଶା ନିବାରଣ ଏହି ସମାଜୁ ହେବ

ସେତେ ଶୀଘ୍ର ଦେଶରୁ ଅଧା ସମସ୍ୟା ଦୂରେଇ ଯିବ। 




ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Inspirational