STORYMIRROR

Prabhati Mahapatra

Inspirational

4  

Prabhati Mahapatra

Inspirational

ମୋ ଦେଶ ମୋ ମାଟି

ମୋ ଦେଶ ମୋ ମାଟି

1 min
360

ଚରଣ ବନ୍ଦେ ଜନନୀ  ହେ ମାଆ ପ୍ରକୃତି ରାଣୀ

ତୋ ପାଇଁ ଗର୍ବିତ ଆଜି ଏ ମୂଢ ମନ

ତୋ କୋଳେ ପାଇ ଆଶ୍ରୟ ପ୍ରଫୁଲ୍ଲିତ ପିଣ୍ଡମୟ

ମନ ଜୁଆରେ ଉଠିଛି ତୋ ଗୁଣ ଗାନ

କ୍ଷମାଶୀଳା କରିବୁ କ୍ଷମା

ନୁହଁନ୍ତି ତୋ ସଙ୍ଗେ ସମ କମଳା ଉମା । ୧


ସୌନ୍ଦର୍ଯ୍ୟମୟୀ ଜଗତ ଦେଖି ମନ ପ୍ରାଣ ପୁତ

ସବୁଜ କାନନ ଦୃଶ୍ୟ ଚିତ୍ତାକର୍ଷକ

କେତେ ପରବତ ଗିରି ତୋ ଅଙ୍କ ପ୍ରଦେଶ ଧରି

ଗରବରେ ଢାଳୁଛନ୍ତି ଶୋଭା ଆଲୋକ

ନିର୍ଝରଣୀ ବହେ ହରଷେ

ନିରନ୍ତର ଗୀତ ଗାଇ ମନ ଉଲ୍ଲାସେ । ୨


ଉତ୍ତରରେ ହିମାଳୟ ସାଜିଛି ସୀମା ବଳୟ

ଦକ୍ଷିଣେ ଉତ୍ତାଳ ସିନ୍ଧୁ ଚୁମ୍ବେ ଚରଣ

ପୂର୍ବେ କନ୍ଦୁକ ସମାନ ତପନ ଉଦୟମାନ

ପଶ୍ଚିମେ ପର୍ବତ ମାଳା ଯେହ୍ନେ ତୋରଣ

ପାଦ ଦେଶେ କନ୍ୟାକୁମାରୀ

ଭାରତ ଭାରତୀ ରୂପେ ବଢାଏ ଶିରୀ । ୩


ବେଦ ପୁରାଣ ବର୍ଣ୍ଣିତ ରାମାୟଣ କଥାମୃତ

ମାନବ ରୂପରେ ପ୍ରଭୁ ରଚିଲେ ଲୀଳା

ଭକ୍ତ ଭକ୍ତି ଭାବ କିଣି ରଖିଲେ କୋଦଣ୍ଡ ପାଣି

ଅଗାଧ ସାଗରେ ତରୀ ଯାତନା ଭେଳା 

ପୁଣି ଜନ୍ମେ ବୀର ରମଣୀ

ସନ୍ତାନ ଉତ୍ସର୍ଗେ ରଚି କେତେ କାହାଣୀ । ୪


କୀଟରୁ ପତଙ୍ଗ ଯାଏ ପଡ଼ିଥାନ୍ତି ଯାର ମୋହେ

ସେହି ଆହ୍ଲାଦଦାୟିନୀ ଭାରତ ମାତା

ଗରବେ ଉଚ୍ଚା ମଥାନ ଲେଖି ତା'ର ଗୁଣ ଗାନ

ଚିର ଦିନ ହେବା ଆମ୍ଭେ ଜଗତ ଜିତା

ଧନ୍ୟ ମାତା ଶସ୍ୟଶ୍ୟାମଳା

ଧରଣୀରେ ଭାସୁ ଥାଉ ବିଶ୍ଵାସ ଭେଳା । ୫



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational