STORYMIRROR

Nrusingha Narayan Tripathy

Inspirational Others

4  

Nrusingha Narayan Tripathy

Inspirational Others

ନବବଧୂ

ନବବଧୂ

1 min
298


ନବ ବଧୂ ବେଶେ ସାଜି କନ୍ୟା ଆସେ

ନୂତନ ସଂସାର ପାଇଁ

ନିଜ ଘର ଛାଡି ଆସେ ଶାଶୂଘର

ଵର ସହ ସାଥି ହୋଇ ll


ନାଲି ଟୁକୁ ଟୁକୁ ସାଧବ ବୋହୂ ଯେ

ମଥାରେ ସିନ୍ଦୁର ମାରେ

ହାତେ ଶଙ୍ଖା ଚୁଡ଼ି ପିନ୍ଧି ନାଲି ଶାଢ଼ୀ 

ବାପା ମାଆ କଥା ସ୍ମରେ ll


ବାପା ମାଆଙ୍କର ଅଲିଅଳି ଝିଅ

ସ୍ନେହରେ କାଟଇ ଦିନ

ସମାଜର ପ୍ରଥା ପରିବାର ଲାଗି

ବାପଘର ବଳିଦାନ ll


ବିବାହ ଉତ୍ସବ ଅଟେ ଜୀବନର

ଅଭୁଲାର ସ୍ମୃତିରେଖା

ଵର କନ୍ୟା ଦୁହେଁ ପାଏ ସ୍ୱୀକୃତି ଯେ

ସମାଜେ ସଂସାର ରକ୍ଷା ll


ବିବାହ ଅଟଇ ପ୍ରେମର ବନ୍ଧନ

ଦୁଇ ଆତ୍ମାର ମିଳନ

କାୟ ମନ ବାକ୍ୟେ ନିଅନ୍ତି ଶପଥ

ରହିବେ ସାରା ଜୀବନ ll


ରାଜାବେଶେ ଵର ସଜାଇ ହୋଇକି

ବିବାହ ମଣ୍ଡପେ ଆସେ

ସାଙ୍ଗେ ବରଯାତ୍ରୀ ଶୋଭାଯାତ୍ରା କରି

ନାଚି ନାଚି ସାଥେ ଯାଏ ll


ଦେହେ ଶାଲୱାର ମୁଣ୍ଡରେ ମୁକୁଟ

ବେକେ ଥାଏ ଫୁଲହାର

ଚନ୍ଦନ ଟିପାରେ ମୁହଁ ଯେ ସଜ୍ଜିତ

ପାଦେ ଅଳତାର ଧାର ll


ଗୋଲାପ ଫୁଲର ସବାରୀ ଚଢିକି

ବରଯାଏ ବରବେଶେ

କନ୍ୟାଯେ ମେହେନ୍ଦି ହାତରେ ଲଗାଇ

ବସିଥାଏ ବୋହୂବେଶେ ll


ଭୋଜି ଭାତ ଖାଦ୍ୟ ନାନା ପ୍ରକାରର

ବନ୍ଧୁ ସାଙ୍ଗ ସାଥୀଙ୍କର

ଫଟୋ ଉଠା ପୁଣି ଭିଡିଓ ହୁଏଯେ

ଉତ୍ସବ ଏ ଆନନ୍ଦର ll


ବିବାହ ବନ୍ଧନ ନୁହଁଇ କ୍ଷଣିକ

ରୁହେ ଜନ୍ମ ଜନ୍ମାନ୍ତର

ରାଗ ରୋଷ ଭୁଲି ସ୍ନେହ ପ୍ରେମ ରଖି

ଆନନ୍ଦେ କର ସଂସାର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational