STORYMIRROR

Sukadev Mahanta

Inspirational

4  

Sukadev Mahanta

Inspirational

ଆତ୍ମବତ୍ ସର୍ବଭୂତେ ଦେଖେ ସେ

ଆତ୍ମବତ୍ ସର୍ବଭୂତେ ଦେଖେ ସେ

1 min
322

ଯେଉଁ ଜନ ଅଟେ ସରଳମତି

କୂଟକପଟତା   ନାହିଁ ଯା କତି,

ବିଶୁଦ୍ଧ ଅଟଇ  ହୃଦୟ  ଯା'ର

ଆବିଳତା ନାହିଁ ମନେ  ତାହାର,

ପର ଦୁଃଖେ ନେତ୍ରୁ ଝରଇ ନୀର

ଦେଖିପାରେ ନାହିଁ ଦୁଃଖ କାହାର,

ଅତ୍ୟନ୍ତ  ଦୟାଳୁ  ହୃଦୟ ଯା'ର

ଧନ୍ୟ  ସେହି ଚିର ନମସ୍ୟ ନର ||


ମନେ ନାହିଁ ପର ନିଜ ବିଚାର

ସଭିଙ୍କୁ  ଭାବଇ ସେ ଆପଣାର,

ମନରେ ନଥାଏ ଲୋଭ ଯାହାର

ତ୍ୟାଗ  କରିପାରେ ସବୁ କିଛିର,

ଶାନ୍ତ ନମ୍ର  ନିର୍ଲୋଭ ଯେଉଁ ନର

ତ୍ୟାଗ କରିପାରେ ସେ ଅହଂକାର,

ଆତ୍ମମତ୍ ସର୍ବ ଭୂତେ ଦେଖେ ସେ

ପରଲାଗି  ବଞ୍ଚେ  ମନ ହରଷେ ||


କ୍ଷମା  ଭାବ ମନେ ଅଛି ଯାହାର

କ୍ରୋଧୀକୁ କ୍ଷମାରେ ଜିଣେ ସେ ନର,

 ଅହିଂସା ଭାବନା ମନେ ଯାହାର

 ପରାକ୍ରମୀ  ତା'ଠୁ ମାନଇ ହାର,

ଜିହ୍ୱାଗ୍ରେ  ଯାହାର  ମିଠା ବଚନ

ହରିନିଏ  ସିଏ  ସବୁରି   ପ୍ରାଣ,

ମଧୁର  ବିନୟ  ବଚନ   ଯା'ର

ଧନ   ଜନ  ସମ୍ମାନ  ସବୁ ତା'ର ||


ସତ୍ୟ ନ୍ୟାୟ ଧର୍ମ ଭାବ ଯା ମନେ

ହାର ମାନେ ନାହିଁ  କେବେ ଜୀବନେ,

କୂଟ କପଟତା ଠାରୁ ଯେ ଦୂରେ

ସଭିଏଁ ରହନ୍ତି ତା'ର  ପାଖରେ ,

 ଆକାଶଠୁ  ଉଚ୍ଚ ମନ  ଯାହାର

ହୀନମନ୍ୟତାକୁ  କରେ   ଜୁହାର,

ଦୁଃଖ ବେଳେ  ଛାତି କରେ ପଥର

ସୁଖରେ ହୁଏନି   ଆତ୍ମ  ବିଭୋର ||


ଇଏ  ନିଜ ଇଏ  ଅଟଇ ପର

ନୀଚ୍ଚମନା ମନେ  ଏ ଭାବନାର,

ଉଦାର ଚରିତ୍ର  ଯେଉଁ  ଜନର

ସାରା ବସୁନ୍ଧରା  କୁଟୁମ୍ବ ତା'ର,

ଆତ୍ମବତ୍ ସର୍ବ ଭୂତେ ଦେଖେ ସେ

ସର୍ବ ଜୀବେ ଦୟା ଭାବ ରଖେ ସେ,

କ୍ଷମାର ସାଗର ଶାନ୍ତିର   ଦୂତ 

ସେହି ସାଧୁ ଜନେ ମୋ ଦଣ୍ଡବତ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational