STORYMIRROR

Sukadev Mahanta

Inspirational

4  

Sukadev Mahanta

Inspirational

ଧନୀ ହେବାର ମନ୍ତ୍ର

ଧନୀ ହେବାର ମନ୍ତ୍ର

1 min
341

ଦୁଇ ଜଣ ସାଙ୍ଗ       ଶିକ୍ଷା ଶେଷ କରି

      ଦିନେ ବସି ଚିନ୍ତା କଲେ

ବେକାରୀ ସମସ୍ୟା      ଜଟିଳ ହେଲାଣି

      କିପରି ବଞ୍ଚିବା ଭଲେ ||


ବ୍ୟାଙ୍କ୍ ଅଫିସରେ      ପହଞ୍ଚିଲେ ଦୁହେଁ      

        ଆତ୍ମନିଯୁକ୍ତି ଆଶାରେ

ଏକ ଲକ୍ଷ ଟଙ୍କା        ଋଣ ଦେବା ପାଇଁ

       ଲେଖିଲେ ଆବେଦନରେ ||


ପ୍ରଥମ ସାଙ୍ଗଟି        ଏକ ଲକ୍ଷ ଟଙ୍କା

     ନେଇ   ମାଛ ଚାଷ  କଲା

 ଲୁଣା ପାଣିରେ ସେ     ଚିଙ୍ଗୁଡି ଚାଷରୁ

        ଭଲ  ରୋଜଗାର କଲା ||



ମନଯୋଗ ଦେଇ       ମାଛର ଯତନ

        ବର୍ଷ ସାରା ସିଏ ନେଲା  

ପାଞ୍ଚ ବରଷରେ        କୋଟିପତିଟିଏ 

      ହୋଇ ସିଏ ଉଭାହେଲା ||


ଦ୍ୱିତୀୟ ସାଙ୍ଗଟି       ଅର୍ଦ୍ଧେକ ଟଙ୍କାରେ

        ଆଇ-ଫୋନଟେ କଣିଲା

ଅପର ଅର୍ଦ୍ଧେକ       ଟଙ୍କା ଦେଇ ସିଏ

       କୁକୁଡା ଚାଷ କରିଲା  

 ମନଯୋଗ ସିଏ       ଦେଲାନି ସେଥିରେ

      ଚାଟିଙ୍ଗରେ ସମୟ ଗଲା ||


ସଠିକ୍ ସମୟେ         ପାଣି ଦାନା ଅବା

       ଇଞ୍ଜେକ୍ସନ ଦେଲା ନାହିଁ

କୁକୁଡା ମଡକ        ସମସ୍ୟା ଆସିଲା

       ଲାଭ ସେତେ ହେଲା ନାହିଁ ||



ବେଶି ସମୟ ସେ     ଗାର୍ଲ ଫ୍ରେଣ୍ଡ୍ ସଙ୍ଗେ

      ଚାଟିଙ୍ଗରେ କାଟିଦେଲା

କୁକୁଡାଙ୍କ ଯତ୍ନ          ନ ନେବା କାରଣେ

      ଢୋକେ ପିଇ ଦଣ୍ଡେ ଜୀଇଁଲା ||


 ପ୍ରଥମ ସାଙ୍ଗର       ମନଯୋଗ  ସହ

      କଠୋର  ଅଧ୍ୟବସାୟ

ଚିଙ୍ଗୁଡି ରପ୍ତାନି        ବିଦେଶକୁ କରି 

     କରିଲା ପ୍ରଚୁର ଆୟ ||


ପ୍ରଥମ ସାଙ୍ଗର       ମନଯୋଗ ତାକୁ

       ଧନୀଟିଏ କରିଦେଲା

ଦ୍ୱିତୀୟ ସାଙ୍ଗର       ଅମନଯୋଗିତା

        ତାକୁ ଗରିବ କରିଲା ||



ଧନୀ ଗରିବର         ସର୍ଜନା  ଦେଶରେ

       କାର୍ଯ୍ୟକଳାପର ପାଇଁ

ମନୋବୃତ୍ତି  ଯଦି       ଠିକ୍ ନ ହୋଇବ

        ବିକାଶ ଆସିବ କାହିଁ??

 


ଦୃଢ ମନୋବଳ        କଠିନ ଶ୍ରମର

       ସାଥିରେ ଅଧ୍ୟବସାୟ 

ବଳେ ବ୍ୟବସାୟ        ବଢି ବଢି ଚାଲେ

        ବଢି ବଢି ଚାଲେ ଆୟ ||



ହାତ ଟେକି ଦେଇ      ବସିଥିବ ଯଦି

        ବିକାଶ ହୋଇବ ନାହିଁ

ସରକାରଙ୍କର         ଅନୁଦାନ କେବେ

       ଧନିକ ଗଢିବ ନାହିଁ ||



ଦ୍ୱିଟଙ୍କା  ଚାଉଳେ      ସବୁଦିନ ଲାଗି

        ପେଟ ତ ପୂରିବ ନାହିଁ

ସବୁଦିନ ପାଇଁ        ରୋଜଗାରକ୍ଷମ

      ହେବାକୁ ହେବରେ ଭାଇ ||



ସରକାରଙ୍କର         ଯୋଜନା ସୁଫଳ

       ତେବେ ମିଳିବ ଆମକୁ

ଯେବେ ଆମେ ସବୁ       ସଚେଷ୍ଟ  ହୋଇବା

        ନିଜ ଭାଗ୍ୟ ଗଢିବାକୁ ||



ଉଦ୍ୟମ  ବଳରେ        କାର୍ଯ୍ୟ ସିଦ୍ଧି ହୁଏ

      ଇଚ୍ଛାରେ କେବଳ ନୁହେଁ

ଦୃଢ ମନୋବଳ          ରଖି ପରିଶ୍ରମ

     କରିଲେ ବିକାଶ ହୁଏ ||



ସରକାରଙ୍କର         ଅନୁଦାନ ରାଶି 

      ସୁବିନିଯୋଗ  କରିଲେ

 ଗରିବରୁ ତୁମେ       ଧନୀ  ହେବ ଦିନେ

      ଗରିବୀ ହଟିବ ଭଲେ ||   


ସରକାର ତୁମ୍ଭେ        ସାହାଯ୍ୟ  କରିବେ

       କାମ କରିଦେବେ ନାହିଁ

ପାଣି ଆଣି ତୁମ        ପାଟିରେ ଢାଳିବେ

      ପିଇବେ କି ତୁମ ପାଇଁ ??


ହୋଇ ସଚେତନ       କର ପରିଶ୍ରମ

        ସର୍କାରୀ ସାହାଯ୍ୟ ନେଇ

ନିଜ ଭାଗ୍ୟ ନିଜେ      ଗଢିବାକୁ ହେବ

         ଜାଣି ରଖ ଏହା ଭାଇ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational