STORYMIRROR

Jogindra Panda

Inspirational

4  

Jogindra Panda

Inspirational

ପ୍ରାଧିକୃତ ପରିଚୟ

ପ୍ରାଧିକୃତ ପରିଚୟ

1 min
315


'ଜଳ' ହିଁ ଜୀବନ ଜଳ ବିନା ପ୍ରାଣୀ ମରେ

ତଥାପି ଧର୍ମ ପ୍ରକାଶେ ତିନି ଅବସ୍ଥାରେ ।

'ହିନ୍ଦୁ' ଶବ୍ଦ ବ୍ଯାପକତା ନୋହି ହୁଏ କଳି

ଯେହ୍ନେ ମହୋଦଧି ଜଳ ପ୍ରତ୍ଯହ ଉଛୁଳି ।

ନବ ନବ ଉର୍ମୀ ସୃଜି ପ୍ରଧାବଇ କୂଳେ

ତେସନେ 'ହିନ୍ଦୁତ୍ବେ' ଅନ୍ତର୍ନିହିତ ସକଳେ ।

ସମଭାବାପନ୍ନ ବାଣୀ ଯା' ବେଦ ବଖାଣେ

ସମଦର୍ଶୀତାରେ କାର୍ପଣ୍ଯତା ଶୂନ୍ଯପ୍ରାଣେ।

ନିତ୍ୟ ମର୍ତ୍ତ୍ଯେ ପ୍ରସରାଏ ସୁଶ୍ରୀ 'ଭାଇଚାରା'

କୂଟ କପଟ ବର୍ଜିତ ସଂପର୍କ ପସରା ।

କାୟମନୋବାକ୍ୟେ ଆପଣାଏ ବକ୍ଷେ ଭିଡ଼ି

ଦରଦୀ ହୃଦୟେ ମାନ-ସ୍ବେଦକୁ ନିଗାଡ଼ି ।

ସରଳତା ଗୁଣେ ସମବେଦନା ଆର୍ଷତା

ଉକୁଟାଇ ମେଲିଦିଏ ସମତା ନିଉତା ।

ଯୁଗେଯୁଗେ ସ୍ବର୍ଣ୍ଣାକ୍ଷରେ ତା' ଅମୂଲ୍ୟବାଣୀ

ଝଟକି ଝଙ୍କାର ତୋଳେ ପ୍ରେମନିଧି ଖଣି ।

ମାତ୍ର; ନିତ୍ଯ ଜର୍ଜ୍ଜରିତ ପକ୍ଷପାତୀ କ୍ଷତେ

ସର୍ବସ୍ଵ ଲହୁ ଲୁହାଣ ତା' କ୍ରୁର କଷାଘାତେ।

ବନ୍ଧା ଯୋଡ଼ା ଏକାସାଥେ ନୁହଇ କରମ

ଆପଣା ସ୍ଥାନେ ଆପଣେ ନିଭାନ୍ତି ଧରମ ।

ଚିରନ୍ତନ ସତ୍ୟ ଯାହା ତାକୁ ଅନାଦର 

ଶୁଭୁନାହିଁ କର୍ଣ୍ଣେ କୋଟି କଣ୍ଠର ଚିତ୍କାର ।

ସମାଦର ଛାଡ଼ି ସ୍ବାର୍ଥେ ବିକ୍ରିତ ନିଜତ୍ବ 

ଧିକ ଜନ୍ମି ବରଭୁମେ ବିକୃତ ପୁରୁଷାର୍ଥ ।

ଜଠର ନିବାସୀ ଭୁଲେ ଜଠରାଗ୍ନି ଜ୍ବାଳା

ଦାଉ ଦାଉ ଜଳେ ଜାଳେ ହିଂସ୍ରୁକ କବଲା।

'ଭାଇଚାରା' ପୁରସ୍କାର ତ୍ରସ୍ତା ପ୍ରହାରରେ

ଧର୍ଷିତା,ଲୁଣ୍ଠିତା,ସିକ୍ତା କପଟ କୁଠାରେ ।

ତଥାପି ବିଶାଳ ହୃଦୟରେ ଧରେ ତୋଳି

ନିର୍ବିକାରେ କୂଟ କପଟ ଛଳନା ପାଶୋରି।

ଆପଣାଏ ଏକତା ଅଭିନ୍ନତା ମନ୍ତ୍ରରେ

ଜଗାଏ ସ୍ପନ୍ଦନ ପ୍ରାଣେ ସ୍ନେହ ପ୍ରୀତି ଭରେ।

ପରୀକ୍ଷାର କ୍ଷେତ୍ର ନୋହେ ସୀମା ସରହଦ

ସୁପ୍ତ ବନରାଜ ଖଣ୍ଡେ ନୋହୁ ଭେଦାଭେଦ।

ଜାଗିବ ବିଶ୍ବ ଏକତା ଅଭିନ୍ନତା ମନ୍ତ୍ରେ 

ଗୈରିକ ଧରମ ଧ୍ବଜା ତୋଳିବ ପ୍ରତ୍ଯକ୍ଷେ ।

ଭେଦିବ ଯଜୁଃ ସାମ ବାଣୀ ପବିତ୍ର ଓଁକାର

ଛେଦିବ ଅହଂ ସ୍ବାର୍ଥାର୍ଥୀ ବାଣ୍ଟ କାରବାର ।

ଭଠିବ ଧରମ ଧ୍ବଜା ଫୁତ୍କାର କମ୍ପନେ

ପ୍ରତିଷ୍ଠିବ ମାନବତା ଜନ୍ମ ଧରାଧାମେ ।

'ବସୁଧୈବ କୁଟୁମ୍ବକମ୍' ସ୍ବରତନ୍ତ୍ରୀ ଯା'ର

ଯଥାଯୋଗ୍ୟ ପ୍ରତିଦାନେ ବଞ୍ଚାଉ ସଂସାର। 

     


Rate this content
Log in

Similar oriya poem from Inspirational