ପ୍ରତିଦାନ
ପ୍ରତିଦାନ
ସଂପର୍କର ଶ୍ରେଷ୍ଠଜୀବ 'ବାପା' ଗୁମୁରି ଗୁମୁରି କାନ୍ଦେ
ବୃଦ୍ଧାଶ୍ରମ ନିଭୃତ କୋଣରେ ।
ଯେହୁଥିଲା ଦିନେ ସ୍ରଷ୍ଟା ଆଜି ପରିଚୟ ସୃଷ୍ଟି ଛଡ଼ା ଧନଦୌଲତର ପ୍ରାଚୁର୍ଯ୍ୟରେ ।।
ପାପ ପଙ୍କିଳ ଅନ୍ଧାରୁ ସାଉଁଟି ଥିଲା ଯା'
ହଜିଗଲା କର୍ଦ୍ଦମାକ୍ତ ପାଶ୍ଚାତ୍ୟ ଆକ୍ରାନ୍ତେ ।
ଲୁହଲହୁ ଏକାକାର କରି ଆପଣାର ଖୋଜେ'ନିଜତ୍ବ'
ଉଦ୍ଧାମତା କଙ୍କରିତପଥେ।।
ପେଟ ଚାଖଣ୍ଡକ ପାଇଁ ପଶାପାଳି ସାଧେ
ବାଣ୍ଟି ହୋଇଯାଏ ନିଷ୍ପ୍ରଭ ପୌରୁଷ ।
ସ୍ନେହ ଶ୍ରଦ୍ଧା ବିହୀନ କର୍ତ୍ତବ୍ୟେ ଛିଣ୍ଡିଯାଏ
ମୋତିମାଳି ମରିଯାଏ ଆର୍ତ୍ତୀ ଆର୍ତ୍ତ ଶୋଷ।।
କୁହେଳିକା ଆଛାଦିତ କ୍ଷଣିକ ଉନ୍ମତ୍ତେ କାହିଁକି ବା
ହଜାଇଲା ଅମୃତ କଣିକା ?
ବିଶୃଙ୍ଖଳ ଯୂପକାଷ୍ଠେ ଧସାଇ ଉତ୍କଣ୍ଠା
ଲାଭ ସିନା ଚପଳତା ଧୂର୍ତ୍ତ ମରୀଚିକା ।।
ଏ କି ତା'ର ପ୍ରାପ୍ଯ ?ସେ ବି ତ ମଣିଷ ଟିଏ
ସେ ବି ଏକ ସୃଷ୍ଟି ସ୍ବାଭିମାନ ତା'ସଞ୍ଚିତ ଧନ ।
ଅଧିକାର ନାମେ ଅନଧିକାର ପ୍ରକୃତି ଶ୍ରାନ୍ତ,
କ୍ଳାନ୍ତ,ବିକ୍ଷିପ୍ତ ମାନସେ ଏ କି ସୃଷ୍ଟି ଧର୍ମ ??
କଷିଠାରୁ କାଶୀଯାଏ କଷାଠାରୁ ବସାଯାଏ
ଯେଉଁପ୍ରାଣେ ଜାଗୁଥିଲା ପ୍ରତ୍ଯହ ସ୍ପନ୍ଦନ ।
ଖୁନ୍ଦିହୋଇଥିଲା ଶୟନେ ସ୍ବପନେ ଅବା ଜାଗରଣେ
ନବ ସୃଷ୍ଟି ପ୍ରେମ ଅନୁପମ ।।
ନିମ୍ନଗା ଜଳଧି ପ୍ରାୟେ ସବୁକିଛି ହରାଇ ବି
ଶାନ୍ତ ଲାଗେ ତ୍ରିବେଣୀ ସଙ୍ଗମ ବେଳାରେ ।
କାଳ କାଳ ଅଙ୍କା କାଳର ମୁକୁରେ କଳଙ୍କ କାଳିରେ
ତିକ୍ତ ସ୍ମୃତି ପ୍ରତିବିମ୍ବ ଦର୍ଶନରେ ।।
ଭବିତବ୍ଯ ଭବେ ଲଭେ ପଥ ନାହିଁ ବର୍ତ୍ତୀବାକୁ
ଭବବନ୍ଧ ତୃଷ୍ନା ମାୟାମୋହ ।
ତଥାପି ନମରୁ ବିହିପ୍ରାପ୍ତ ଯା' ଟିକକ, ଯା' ପାଇଁ ଶ୍ରେଷ୍ଠତ୍ବ ସଦାରଚୁ ଅଛେଦ୍ଯ ଅଜେୟ ।।