STORYMIRROR

Jogindra Panda

Inspirational

3  

Jogindra Panda

Inspirational

ପ୍ରତିଧ୍ବନି

ପ୍ରତିଧ୍ବନି

1 min
202

ବୟସର ସାୟାହ୍ନରେ ସମୟର କରାଳ ସ୍ରୋତରେ 

ସାଇତା କାଳଚକ୍ର ଘୁର୍ଣ୍ଣିତ ଫଳକ ଫଟାକାଚେ 

ରାଶି ରାଶି ଗତ ପ୍ରତିବିମ୍ବ ରାହୁକେତୁଗ୍ରସ୍ତ ଚନ୍ଦ୍ର ସମ ତାଳି ମାରେ ମନ ମୁକୁରର ନିଭୃତ କୋଣରୁ

ଅତୀତଠୁଁ ବର୍ତ୍ତମାନ ଯାଏ ଅନ୍ତୁଡ଼ିଠୁଁ ଯୁଇ ଯାଏ 

ହେତୁଠୁଁ ବିସୋର ଯାଏଁ ଭଲ ଭେଲ ଠେସାଠେସି 

କର୍ତ୍ତବ୍ୟ ଅଧିକାରର ନିରଙ୍କୁଶ ରାଜତ୍ବ ପରସ୍ତ ପରସ୍ତ ଦୃଶ୍ଯମାନ ଦ୍ବନ୍ଦାତିତ ବିଘଟିତ ଭୋଗ୍ଯ ଫଳାଫଳ ଲଣ୍ଠନର ଉର୍ଦ୍ଧ୍ବମୁଖୀ ବତୀଶିଖା ଭାତି 

ନିଃଶେଷ କଣିକା ନିଜତ୍ବ ନିଃଶେଷ ସାଥେ ଚତୁଃପାର୍ଶ୍ବ ଧୂମାୟିତ କେତେବେଳେ ସରିଯାଏ ବିପଣିର କୋଳାହଳ ବିକା କିଣା ଖେଳ

ଅଧୁରା ସପନ ଆଶା ମୁକୁଳି ପାରେନା

ମନ ଗନ୍ତାଘରୁ ଆବଦ୍ଧ ଲଣ୍ଠନ କାଚେ ଜ୍ବଳନର ଉତ୍ତଙ୍ଗ ଶିଖାରେ ନିସରି ବିସ୍ମରେ ଗତାୟୁ ଯା ପାଲଟି ଯାଇଛି ନିର୍ଧୂମ କଳା ପାଉଁଶରେ

ଆଶ୍ରିତ ଯା ସ୍ବଚ୍ଛ ଦିଗ୍ ବଳୟେ ଲଣ୍ଠନର ଉତ୍ତପ୍ତ କାଚରେ କେବେ ଅବା ଧିମା ଜାଳେ ଆତ୍ମସଂଯମର ଆଲୋକବର୍ତ୍ତୀକା ଅପସାରିତ ଜୀବନୁ ସଂନ୍ଦେହର ଅମା ଅନ୍ଧକାର ଭରି ସପ୍ତରଙ୍ଗେ ସପ୍ତସ୍ବରେ ଜୀବନ ରାଗିଣୀ ଛନ୍ଦେ,ତାଳେ,ତାନେ,ମାନେ ନୂପୁରର ନିକ୍ବଣ ଗୁଞ୍ଜନେ  ଅବା ସାଧୁ ସନ୍ନ୍ଯାସୀଙ୍କ ପ୍ରାତଃ ଭଜନରେ ଖଞ୍ଜଣୀର ସ୍ବରେ 

ଅଭିଭୂତ ମନ ପ୍ରାଣ ଉପଶମେ ଅନ୍ତର୍ଜ୍ଜ୍ବାଳା ଅନ୍ତର୍ହିତେ

ବିଗତ ବିସ୍ମର ସାଥେ ଆଗକୁ ହସ୍ତ ପ୍ରସାରେ ସ୍ପର୍ଶିବାକୁ ପ୍ରାଚୀ ଅରୁଣିମା 

ବିଚିତ୍ର ଜୀବନଯାତ୍ରା ଖଞ୍ଜିଛି ଯା ଅଦ୍ଭୁତ ବିନ୍ଧାଣୀ 

ଠୁଳ ଶୂନ୍ଯ ବକ୍ଷେ ପ୍ରଶାନ୍ତି ନିର୍ଝର 

ବୟସର ଫଟାକାଚେ ଲଣ୍ଠନ ଆଲୋକେ 

ସୁମଧୁର ଖଞ୍ଜଣୀର ସ୍ବର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational