Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jogindra Panda

Inspirational

3  

Jogindra Panda

Inspirational

ପାର୍ବଣ

ପାର୍ବଣ

1 min
194



ପ୍ରକୃତିର ଗନ୍ତାଘରେ ଭରପୁର ପ୍ରାକୃତ ବିଭବରାଜି 

ଠୁଳ ଯେଝା ବିଧିମତେ 

ସମାହାର ପଚିଶ ପ୍ରକୃତି କରେ ତା' ବିକୃତି

ବିରଜାଇ କୁଟୀଳତା, କୁତ୍ସିତ ଉନ୍ମତ୍ତେ *


ଆତ୍ମ ଡିଣ୍ଡିମର ବୃଥା କୁହେଳିକା ଆସ୍ଫାଳନ

ବିଜ୍ଞାପନେ ବୀଜବପନର ବୀଜ 'ସୁଚତୁର' 

ପିଶାଚର ନିର୍ମମ ପ୍ରହାରେ ଭୂଲୁଣ୍ଠିତ ଖଣ୍ଡିତ

ସମାଜ ଅତ୍ର ତତ୍ର ସର୍ବତ୍ର ରାଜୁତି ଖଣ୍ଟର *


ପ୍ରକଟାଏ ଅନ୍ତର୍ଭେଦୀ କୁଟୀଳ ପ୍ରପଞ୍ଚ  

 ଲହୁ ଲୁହାଣ ର ଅଫୁରନ୍ତ ଜୟଯାତ୍ରା 

ନିର୍ଜନେ ନିର୍ଘୋଷେ ଶବ୍ଦଭେଦୀ ବୁଝେନା

ଆର୍ତ୍ତର ବୁକୁଭରା ଉଷ୍ମ କୋହ ମାତ୍ରା *


ହରିତ୍ ଚିରନ୍ତନି ଅପସରି ଆପଣାଏ କାଳି 

କାଳିମାର ଛିଟା କାଳର ହିସାବେ 

ଅମୃତବନାନୀ ଗୁଳ୍ମ ଦଶା କଣ୍ଟାବଣେ ରକ୍ତାକ୍ତ 

ମଳୟ ଶାଳ୍ମଳୀ ପ୍ରଭାବେ *


ପୂର୍ଣ୍ଣଗର୍ଭା ଅପୂର୍ଣ୍ଣା ମୁଖ ଢାଙ୍କେ ଦରଫୁଟା  

ମକଚା କଳିକା ଲଭେ ଜୀବନ୍ତ ସମାଧୀ 

ଅହଂ ସ୍ୱାର୍ଥେ ସ୍ୱଧା ଶ୍ରୁବଚ୍ୟୁତା ଆହୁତି ଧାରରୁ 

ହବଗର୍ଭେ ଚିତ୍କାରେ 'ସୁବିଧି' *


ସରଳ ନିରାଡମ୍ବର ହୃଦ୍ ସ୍ପନ୍ଦନ ଘଷିମାଜି

ଝଟକୁଥିଲା ଯା' ଆବୋରି 'ଦରଦ'

ଅନ୍ତହୀନ ମରୀଚିକା ପଥେ ଅନ୍ତନୋହି ଶ୍ରମ 

ଚେତନ ଯା' ବିଗଳିତ ନିସ୍ତବ୍ଧ ନିସ୍ପନ୍ଦ*


ଆର୍ଷ ଆର୍ଯ୍ୟାବର୍ତ୍ତୀର ସୁରଭି ଅପସଂସ୍କୃତିର

ପୁତିଗନ୍ଧମୟ କର୍ମେ ସଂତ୍ରସ୍ତେ ବିଲୁପ୍ତ

ସଂପର୍କର ବେଳାଭୁମେ ଅନ୍ତର୍ବେଦନାର ଊର୍ମୀ 

କଷାଘାତେ ଗୁମରେ 'ବ୍ୟକ୍ତିତ୍ୱ' *


ସ୍ୱର୍ଣ୍ଣତରୀ ଲୋଭାଶକ୍ତେ ସଲୀଳ ସମାଧି ନିଏ 

'ଆପଣା' ନୌକାର ସ୍ୱତଃସ୍ଫୁର୍ତ୍ତ ଭାଷା

ସପନ ବଣିକ ସାଜେ କାମ ଛଳନାର ନିର୍ଧୂମ ଜ୍ୱ୍ୱଳନ

 ଉତ୍ଜୀବାଏ ନିର୍ମମ ପିପାସା *


ଶତଦଳ ପଦ୍ମବନ ଅକସ୍ମାତେ ଯଦି ଉନମତ୍ତେ 

ଦୋହଲାଏ ନିଜ ପରିଭାଷା

ରୋକିବ କେ ଅବା ତା'ରେ ଶତଧାରେ

ମେଲିବ ପ୍ରଶାଖା ଭଗ୍ନସ୍ତୁପର ପ୍ରତ୍ୟାଶା *


ବିଭୁଭାବ ଉକୁଟାଇ ପୁଲକ ଜଗାଏ ପ୍ରାଣେ 

ନୈସର୍ଗିକ ପୁତପ୍ରେମେ ପ୍ରଭାବିତ ପ୍ରାଣୀ 

'ପାର୍ବଣ' ଉତୁରେ ସୁସ୍ଥିରେ ସମ୍ଭାରେ ନେଇ 

ପରିଚୟ ସମବଣ୍ଟନର ସୁସ୍ୱର ରାଗିଣୀ *


ଉଦ୍ଭାଷିବା ପଣେ କୀଟୁଁ ବ୍ରହ୍ମେ କମନୀୟ ଆଭା 

ଶାଶ୍ୱତୀକୋଳେ ସ୍ଫୀତ ବିଭୁ ଇଚ୍ଛା

ପୁତ 'ପାର୍ବଣ' ସଜାଗେ ସଜାଡ଼େ ଉନ୍ମାଦନା 

ନବପଲ୍ଲବେ ସୁକର୍ମଣେ ତୃପ୍ତ ମନୋବାଞ୍ଛା*



Rate this content
Log in

Similar oriya poem from Inspirational