Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
405



ଉଚ୍ଛ୍ୱସିତ କାୟା ଅକ୍ଷୟ ତୃତୀୟା

    ଅକ୍ଷୟ କଜ୍ଜ୍ୱଳ ନେଇ

ବଇଶାଖ ମାସେ ଶୁକ୍ଳ ତୃତୀୟା

    ଵୀଜର ବପନେ ମହି ।


ଅସ୍ତ୍ର ବଳରାମ ଭୁଷଣ ଲଙ୍ଗଳେ

    ଶୁଭ୍ର ବସ୍ତ୍ର ପରିଧାନେ

ଶୁଭ ପରିବେଶେ ଚାଷୀ ଭାଇ ସ୍ପର୍ଶେ

    ରୀତି ନିତି ସମାପନେ ।


ସ୍ୱୟଂ ବଳରାମ ମାତା ଲଷ୍ମୀଙ୍କର

    ଶ୍ରୀ ଚରଣେ ବନ୍ଦାପନା

ଶୁଭ ମୁହୁର୍ତ୍ତରେ ଶୁଭର ଶଙ୍ଖରେ

    ଶୁଭ କାର୍ଯ୍ୟ ସୁ କଳ୍ପନା ।


ଗୃହେ ପିଠା ପଣା ଅରୁଆ କାନକା

    ଅଖି ମୁଠି ପର୍ବ ଏହି

ଶୁଭାରମ୍ଭ ହୁଏ ଵୀଜର ବପନ

    ହସି ଉଠିବ ତ ମହି ।


ମାତୃଭୂମି ଆମ କୃଷ୍ଣକାୟା ସାଜେ

    କୃଷକ ହସ୍ତ ପରଶେ

ଲକ୍ଷ ଲକ୍ଷ ପ୍ରାଣ ଜୀବନ ଦାତା ସେ

    ଯୋଗାଏ ଦାନା ହରଷେ ।



Rate this content
Log in

Similar oriya poem from Inspirational