ଝୁରୁଛି ଏ ମାଟି
ଝୁରୁଛି ଏ ମାଟି
ଶଙ୍ଖାରୀ ଗାଁ ମାଟି ଝୁରୁଛି
ଝୁରୁଛି ଓଡିଶା
ଝୁରୁଛି ସାହିତ୍ୟ ର ଫର୍ଦ୍ଦରେ
ଓଡ଼ିଆ ର ପ୍ରାଣ ।
ତୁମକୁ, ହେ ଦିବ୍ୟ ସ୍ରଷ୍ଟା
କଲମରେ ଥିଲା କି ଅପୂର୍ବ ପ୍ରାଣ ସ୍ପର୍ଶ,
ଲେଖିନି ରେ ଗଢ଼ିଦେଲ ନୂଆ ଏକ ଇତିହାସ।
ସେ ଥିଲା କେଉଁ ଏକ ମହାର୍ଘ୍ୟ ମୁହୁର୍ତ୍ତ,
'ଶତାବ୍ଦୀର ଆର୍ତ୍ତନାଦ','ସମୁଦ୍ର ର କ୍ଷୁଦା'
ଝରିଥିଲା ତୁମ କଲମରୁ।
'ଶେଷ ବସନ୍ତ ର ଚିଠି'
ପୁଣି 'ଧ୍ରୁମାଭ ଦିଗନ୍ତ'
'ଆରଣ୍ୟକ', 'ବିଷକନ୍ୟା ର କାହାଣୀ' ଫେରାଇ ଆଣିଲା
'ଜୀବନ ର ସ୍ୱାଦ'
ଅଵଲୋକରା କାହାଣୀ, ଲଷ୍ମୀ ର ଅଭିସାର ,
ଗୋଧୂଳିର ବାଘ, ନନ୍ଦାବତୀର ମାଝୀ,
ବିପ୍ଲବୀ ଫକୀରମୋହନ ପୁଣି 'ଅମୃତ ର ଫଳ'।
ତୁମ ଲେଖା ରେ ତୁମ
ତୁମ କବିତା ରେ ତୁମେ
ତୁମ ସୃଷ୍ଟି ର ସ୍ରଷ୍ଟା ତୁମେ
ତୁମ ଭାବନା ର ମହତକାଂକ୍ଷା ତୁମେ
ତୁମେ କଣ କେବେ ମରିପାର
ନା ନା
ତୁମେ ମରି ମଧ୍ୟ ଅମର
ହେ ଦିବ୍ୟତ୍ମା
ଯୁଗ ଯୁଗ ଧରି ଏ ଜାତି ଗାଉଥିବ ତୁମ ଯଶ କୀର୍ତ୍ତି
ସମ୍ମାନ ର ଗାଥା
କର୍ପୁର ପରି ମହକୁଥିବ ତୁମ ଲେଖା
ପିଢ଼ି ପରେ ପିଢି ହେବେ
ଆନନ୍ଦ ରେ ଉତ୍ସାହିତ।
(ବାଣୀପୁତ୍ର, ସାରସ୍ୱତ ସାଧକ ମନୋଜ ଦାସଙ୍କ ସ୍ମୃତିରେ)