STORYMIRROR

Maitreyee Kamila

Inspirational

4  

Maitreyee Kamila

Inspirational

ଆମ ମାତୃଭାଷା

ଆମ ମାତୃଭାଷା

1 min
314


ଶବ୍ଦ ଆଉ ଭାବର ବନ୍ଧନରେ 

ମାଟି ପାଣି ପବନକୁ ଛୁଏଁ ଆମ ମାତୃଭାଷା,

ବର୍ଣ୍ଣବୋଧ ର ପ୍ରତିଟି ଅକ୍ଷର

ଶୈଶବ କୁ ସଜାଡେ,


ଏଠି ଭାଷା ହି ଈଶ୍ୱର,

ଭାଷା ଦରଦୀ ହୃଦୟର ପ୍ରତିଛବି,

ଭାଷା ଏଠି ବସନ୍ତ ର ମଳୟ ର ଆଦ୍ୟ ଝଙ୍କାର


ଅଙ୍କାବଙ୍କା ନଈ ହୋଇ ବହିଯାଏ

ଏ ଜାତିର ସାହିତ୍ୟର ଫର୍ଦ୍ଦ ପରେ ଫର୍ଦ୍ଦ

ଆମ ମାତୃଭାଷା ମୂଳ ଆର୍ଯ୍ୟ ଭାଷା

ଏକହଜାର ବର୍ଷ ର ଇତିହାସ ର ସାକ୍ଷୀ ।


କଳକଳ ଛଳଛଳ ମୁଖରିତ

ଏଠି ଲୋକକଥା, ଲୋକଗୀତ, ଢଗଢମାଳି

ଏ ଜାତିର ଆରାଧ୍ୟ ମହାପ୍ରଭୁ ଜୀବନ୍ତ,

ଏହାର ମହାନ ଉତ୍କଳିୟ ପରମ୍ପରା,

ସଂସ୍କୃତି ରେ ଏବେ ମଧ୍ୟ ପୋଥିପୁରାଣ,

ଛାନ୍ଦ, ଚମ୍ପୁ,ଭଜନ, ଜଣାଣ, ଉପନିଷଦ,

ଗୀତା ଭାଗବତରେ ପ୍ରାଣବନ୍ତ ଏ ମାଟିର ସଞ୍ଜବତୀ।


ମାଟିର ମାଦକତା ରେ ପରିପୂର୍ଣ୍ଣ

ତାଳପତ୍ର ପୋଥି, ଶିଳାଲିପି

ବୈଦିକ, ସଂସ୍କୃତ ,ପ୍ରାକୃତ , 

ପୂର୍ବ ମାଗଧୀର ଅପଭ୍ରଂଶର

ନୂତନ ସଂସ୍କରଣ ଆମ ଭାଷା

ଆମ ଅକ୍ଷର, ଆମ ଉଚ୍ଚାରଣ

ଆମ ଲିପି,ଆମ ବର୍ଣ୍ଣ

ଯା ଲାଗି ସ୍ୱତନ୍ତ୍ର ଆମ ପରିଚୟ ।


Rate this content
Log in

Similar oriya poem from Inspirational