STORYMIRROR

Maitreyee Kamila

Inspirational

3  

Maitreyee Kamila

Inspirational

ସନ୍ଥକବି ଭୀମଭୋଇ

ସନ୍ଥକବି ଭୀମଭୋଇ

1 min
138

ମହିମାଧର୍ମକୁ ଆପଣେଇ ସଂସାରରେ

ଜ୍ଞାନ ନେତ୍ର ଖୋଲିଦେଲ

ଗୈରୀକ ବସନ,ତାଳପତ୍ର ଛତା,

କଦଳୀପତ୍ର ଠୋଲା ରେ

ସଙ୍କୁଚିତ ହେଲା ନିଜ ଘେର ର ପୃଥିବୀ,

ହେଲେ ଜଗତ ଦେଖିଲା

ସନ୍ୟାସୀ ବେଶଧାରୀ ସମାଜ ସୁଧାରକଙ୍କୁ

ଧନ୍ୟ ସେ ଜୋରନ୍ଦା ମାଟି

ଅଲେଖ ଧର୍ମ, ଅଖଣ୍ଡ ଧୁନି

ସନ୍ୟାସୀ ଙ୍କ ଆତଯାତରେ ପବିତ୍ର ପୀଠ

ଈଶ୍ୱର ଏକ, ଅଦ୍ଵିତୀୟ

ନିରହଙ୍କାର, ନିରାଡ଼ମ୍ବର, 

ସଦାଚାର, ଶୃଙ୍ଖଳା, ନିସ୍ୱାର୍ଥ ଜୀବନ

ପୁଣି ଥିଲ ଅସମାନ୍ୟ ବ୍ୟକ୍ତିତ୍ୱ,

ନଅଙ୍କ ଦୁର୍ଭିକ୍ଷର ହାଅନ୍ନର ବୁକୁଫଟା ଚିତ୍କାର,

ଇଂରେଜର ନିଷ୍ଠର ଶାସନ,

ଭାଷା ବିଲୋପ ଆନ୍ଦୋଳନ,

ଗଡ଼ଜାତ ଅଞ୍ଚଳର ନିରୀହ ପ୍ରଜାଙ୍କ ଦୁର୍ଦ୍ଦଶା ,

ମିଶନାରୀର ଧର୍ମ ପ୍ରଚାରର ଘଡିସନ୍ଧି ମୁହୂର୍ତ୍ତରେ 

ମହିମା ଧର୍ମକୁ ଆବୋରି

ଶିତଳତାର ଛାୟା 

ଶାନ୍ତିର ବାଣୀ କରିଲ ପ୍ରଦାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational