ମହାର୍ଘ୍ୟ ସଂକ୍ରାନ୍ତି
ମହାର୍ଘ୍ୟ ସଂକ୍ରାନ୍ତି
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ପୂର୍ବାକାଶରେ ସୂର୍ଯ୍ୟ ଙ୍କ ଉଛୁଳା କିରଣ
ତୁଳସୀ ଚୌରା ରେ ବନ୍ଧା ଛାମୁଣ୍ଡିଆ,
ମାଟି ଠେକି ରେ ଫୁଲ, ଆମ୍ବଡାଳ ଦୁବ, ଅକ୍ଷତ ର
ଅର୍ଘ୍ୟଜଳ ରେ ବତୁରା ବୈଶାଖ ର ଚଉରା ମାଟି
ସୂର୍ଯ୍ୟ ବିଷୁବ ରେଖାରେ ସ୍ଥିର
ଆମ ଘରେ ଘରେ
ଆମ ପରମ୍ପରା
ଆମ ସଂସ୍କୃତି ର
ମହ,ମହ ସଂକ୍ରାନ୍ତି
ଓଡ଼ିଆ ନୂଆ ବର୍ଷ
ଆମ ଦିଅଁ ପୂଜା
ଆମ ନୂଆ ପାଞ୍ଜି
ଛତୁପଣା, ଝାମୁଯାତ୍ରା,
ଠାକୁରାଣୀ ଯାତ୍ରା,
ଘଣ୍ଟ, ଘଣ୍ଟା, ଶଙ୍ଖ ହୁଳହୁଳି,
ଧୂପ ଝୁଣା ରେ କମ୍ପୁଛି ଗାଁ ଠାକୁରାଣୀ ମେଲା
ଅରୁଆ ଅନ୍ନ. ଡାଲମା ର ସାତ୍ଵିକ
ବିଶେଷ
ମାଆ ଙ୍କୁ ପୂଜିବାକୁ
ଦଣ୍ଡ ପାଟୁଆ ଙ୍କ
ସ୍ଥିର, ନିଶ୍ଚଳ
ନିଷ୍ଠା, ଭକ୍ତି, ବିଶ୍ୱାସ
ଏ ତ ପ୍ରତି ଓଡ଼ିଆ ଙ୍କ ଅନୁଭବ
ଆମ ସଂସ୍କୃତି ର ମହାନ ପରବ ll