STORYMIRROR

Maitreyee Kamila

Inspirational

4  

Maitreyee Kamila

Inspirational

ମହାକୁମ୍ଭ ର ମହାସ୍ନାନ

ମହାକୁମ୍ଭ ର ମହାସ୍ନାନ

1 min
242


ଆମ ପରମ୍ପରା, ସଂସ୍କୃ୍ତି, ବିଜ୍ଞାନ ର 

ଅପୂର୍ବ ସମନ୍ଵୟ ର ତୀର୍ଥ 

ମହାକୁମ୍ଭ 

ପ୍ରୟାଗରାଜ ରେ ମାଘମାସ ଶୀତ ଚିରନ୍ତନ ହେଲେ ମଧ୍ୟ ଅଦ୍ଭୁତ ଇଛାଶକ୍ତି ପାଖରେ ମୁଣ୍ଡ ନୁଆଇଁଛି 

ଥରେ ଖାଲି ସ୍ନାନ ସାରି ଉଠି ଆସ ମହାକୁମ୍ଭ ର ଅମୃତ ଲଗ୍ନ ରେ 

ଦେଖିବ ଜୀବନ ର ଶୂନ୍ୟତା ଭିତରେ ଓଁ କାର ଧ୍ୱନୀ 

ଶ୍ରଦ୍ଧା ର ସମ୍ମିଳିତ ସମ୍ଭାବନା ସବୁ 

ମାଟିରୁ ଆକାଶ ଯାଏ ଲମ୍ବିଛି 

ଚେତନା ର ସଞ୍ଜିବନୀ ତୀବ୍ରତର 


ଏବେ ଚାଲ ଆମେ ଫେରିଯିବା 

ନୁଆଁଣିଆ ଚାଳ ଘରେ ସଞ୍ଜ ବତୀ ଭିତରେ 

ଜୀବନ ର ପୂର୍ଣ୍ଣତା ଖୋଜିବା 

ଅସମ୍ଭାଳ ଭୋକ ରେ ଆଉଟୁ ପାଉଟୁ ନୁଖୁରା ହାତରେ ରୋଟି ଦେଇ 

ନିଶବ୍ଦ ଯନ୍ତ୍ରଣା ରେ ତାଜାପଣ ର ମଲମ ଘୋରିବା 

ନିଜ କ୍ଷେତ୍ରଫଳ ଭିତରେ ହାତ ଯୋଡି ଡାକିଦେବା 

ଘଣ୍ଟ ଘୋଡାଇ ରଖିଥାଅ,ହେ ମହାପ୍ରଭୁ 

କୁମ୍ଭ ସ୍ନାନ ଆଉ କଣ କି 


ଅନ୍ତର ରୁ ଅନ୍ତରିକ୍ଷ ଅନୁଧ୍ୟାନ ଚାଲୁରହୁ 

ପ୍ରଗତି ପଥରେ ମୋ ଦେଶ ଗଡିଚାଲୁ 

ଆମେ କିନ୍ତୁ ସାଉଁଟିବା 

ଧଳା ଭସ୍ମ ଆଉ ନାଲି କଳା ସୁତା ରେ ଗୁଡାଥିବା 

ମଣିଷ ପଣିଆ ଟିକକ 

ଜପାମାଳୀ କରି ଗଡ଼ଉଥିବା 

ଆସ୍ଥା, ଭରସା, ବିଶ୍ୱାସ ର ମନ୍ତ୍ର 

ନିଜେ ବଞ୍ଚି ଅନ୍ୟକୁ ବଞ୍ଚେଇବାର କଳା 


ସତେ କଣ ପ୍ରୟାଗ ରାଜ ସଙ୍ଗମ ରେ 

ଭସାଇ ଦେବା 

ଅହଂକାର ଆଧିପତ୍ୟ ର ଆତ୍ମପ୍ରତ୍ୟୟକୁ 

ଜୀବନ ଅଷ୍ଟପ୍ରହର ରେ 

ଅନୁଭବୀବା ସରଳ ସତେଜ ଜୀବନ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational