ରଜ ଆସିଛି
ରଜ ଆସିଛି
ଆମ ଗାଁ କୁ ରଜ ଆସିଛି
ହାଟ,ବଜାର ରେ ଭିଡ଼ ଜମିଛି
ଆମ୍ବ ପଣସ ରେ ଘର ମହକୁଛି ।
ତୋଟା ରେ ଲାଗିଛି ଦୋଳି
ଗାଁ ଟା ଯାକ ଛୁଆ ସେଠି ଜମା
ଥିଲେ ଥାଉ ଯେତେ କଳି ।
ନାନୀ ଘର କୁ ଯିବ ରଜ ଭାର
ସଜବାଜ କରି ରଖୁଛି ମା
ହେଉଛନ୍ତି ବାପା ତରବର ।
ପୋଡିପିଠା ଆଉ ଖିଲି ପାନ,
ମେଞ୍ଜୁଆତି ଲଗା
ଭାଉଜ ଙ୍କ ହାତ
ବାପଘରକୁ ଯିବାକୁ ଉଚ୍ଛନ୍ନ ।
ମଥାରେ ଟୋପା କୁ ନାଲି ଅଳତା
ରଜ ଦୋଳି ଗୀତ ଗାଇ ଗାଇକା
ସଜେଇ ହେଉଛି କୁଞ୍ଜଲତା ।
ଝିପି ଝିପି ବରଷା ଆସେ
ମାଟି କୁ ଛୁଇଁ ମହକି ବସେ
ପାକୁଆ ପାଟି ରେ ବୁଢୀମା ହସେ ।
ଗାଁ ରାସ୍ତା ଆଜି ଉଠୁଛି ହସି
ବିଦେଶ ରୁ ପୁଅ ଆସିଛି ଫେରି
ସାଇ ଭାଇ ମେଳ କେତେ ଯେ ଖୁସି ।
ଏ ମାଟି ର କେତେ ମିଠା ସଂସ୍କୃତି
ରଜସ୍ୱଳା ଏଠି ବସୁଧା ମା
ଧନ୍ୟ ଏକା ସେହି ଓଡ଼ିଆଜାତି ।