ଦ୍ୱିତୀୟ ଈଶ୍ବର: ଡାକ୍ତର
ଦ୍ୱିତୀୟ ଈଶ୍ବର: ଡାକ୍ତର
ଦେବ ଧନ୍ୱନ୍ତରୀ ବରଦାନ ଆୟୁର୍ବେଦ
ଚରକ ଶୁଶୃତ କଲେ ଚିକିତ୍ସା ଉଦ୍ଭବ ।
ବିଶ୍ୱ ପିତାଙ୍କର ଦାନ ଆମ ଏ ଜୀବନ
ଦ୍ୱିତୀୟ ଈଶ୍ବର ଚିକିତ୍ସକ ଆମ ଘେନ ।
ଡାକ୍ତର ସେବାକାରିଣି ପାରା ମେଡିକାଲ
ସଭିଙ୍କ ମାନ୍ୟତା ସେହି ଦ୍ୱିତୀୟ ଈଶ୍ବର ।
ନିଜସ୍ୱ ଜୀବନ ତାଙ୍କ ସେବା ସମର୍ପିତ
ବ୍ୟକ୍ତିଗତ ସୁଖ ସେବା ଭାବେ ପରିଣତ ।
ବିଶ୍ୱ ଆଜି ଭୂତାଣୁର ନିଷ୍ଠୁର କବଳେ
କଷଣ ବହନ କରି ଚିକିତ୍ସକ ଦଳେ ।
ରାତି ଦିନ ଏକ କରି ଦାୟିତ୍ୱ ବହନ୍ତି
ନିଜ ଜୀବନ ବିପଦେ ଜାଣି ନ ଜାଣନ୍ତି ।
କଥା ଅଛି ଈଶ୍ବର ରୋଗ ଭଲ କରନ୍ତି
ଡାକ୍ତର ମିଛରେ ଖାଲି ନାଆଁ ଅରଜନ୍ତି।
ସେଇ ଈଶ୍ବର ତ ସ୍ୱୟଂ ଡାକ୍ତର ରୂପରେ
ରୋଗୀ ଚିକିତ୍ସା ଦାୟିତ୍ୱ ନିଅନ୍ତି ସଂସାରେ ।
ଲକ୍ଷ୍ମଣଙ୍କ ଶକ୍ତିଭେଦେ ଚିକିତ୍ସା ନିମିତ୍ତ
ଲଙ୍କାରେ ବୈଦ୍ୟ ଶୁଷେଣ ଆସିଲେ ଉଷତ ।
ବିଶ୍ୱ ଯୁଦ୍ଧେ ସୈନିକଙ୍କୁ ଦେଶ ନିର୍ବିଶେଷ
ରେଡକ୍ରସ ଯୋଗଇଲା ସେବା ସବିଶେଷ ।
ଡଃ ବିଧାନ ଚନ୍ଦ୍ର ବୋଷ ମହାତମା ଜନ୍ମ ଦିନ
ଜୁଲାଇ ପହିଲା ଶ୍ରାଦ୍ଧ ତିଥି ସେହି ଦିନ ।
ଡାକ୍ତରଙ୍କୁ ସମର୍ପିତ କରି ସେହି ଦିନ
ଜାତୀୟ ଡାକ୍ତର ଦିବସ ହେଉଛି ପାଳନ ।
ରୋଗରେ ସଭିଏଁ ଧାଡି ଦେଇ ଚିକିତ୍ସକ
ରୋଗ ଭଲହେଲେ ତାଙ୍କ ଯାଏ ଚିନ୍ତାଦକ ।
ଡାକ୍ତରଙ୍କ ଉପଦେଶ ବେଦ ବାଣୀ କଲେ
ନିରୋଗ ରହିବା ନିଶା ବରଜନ କଲେ ।
ଚିକିତ୍ସକ ବ୍ରତ ଏକ କର୍ତ୍ତବ୍ୟ ନିପୁଣ
ଗୃଧ୍ର ଯଦି ଚିକିତ୍ସକ ଫେରିବ କି ପ୍ରାଣ !
ଚିକିତ୍ସକ ଧରମକୁ ପଣ କରିଦେଲେ
ମରତ ସରଗ ହୁଏ ମହାରୋଗ ଡରେ ।
