STORYMIRROR

Arundhati Senapati

Abstract Inspirational

4  

Arundhati Senapati

Abstract Inspirational

ଗନ୍ତବ୍ୟହୀନ ବୟସ.......

ଗନ୍ତବ୍ୟହୀନ ବୟସ.......

1 min
151

ବୟସର କାନ୍ଭାସ୍ ରେ

ଦିନେ ଯାହା ଉଜ୍ଜ୍ବଳ ଥାଏ

ଦିନକୁ ଦିନ ତାହା ଫିକା ପଡେ।।


ଅଲୋଡା ହୁଏ

ଅଖୋଜା ରହିଯାଏ

ଯେମିତି ନୂତନତ୍ବର ବାସ୍ନାରେ ପୁରାତନ ହୁଏ ।।


କାଗଜର ରକେଟ୍ ଭଳି

ଏ ମଣିଷର ବୟସ ମଧ୍ୟ

କେଉଁ ଦୂରାନ୍ତକୁ ଫୁର୍ କିନା ଉଡି ଯାଏ ଯେ

ଧରିବାକୁ ଚାହିଁଲେ ବି

ଧରି ହୁଏନା

କଚାଡି ହୋଇ ତଳେ ପଡିବା ଯାହା ସାର ହୁଏ ।।


ହାତ ପାହାନ୍ତାରୁ

ପାଣିର ସୁଅ ପରି

ଏ ବୟସଟି ଆସି ସବୁ କିଛି ନେଇ ଚାଲିଯାଏ ।


Rate this content
Log in

Similar oriya poem from Abstract