STORYMIRROR

Arundhati Senapati

Fantasy

3  

Arundhati Senapati

Fantasy

ଉପଭୋକ୍ତା

ଉପଭୋକ୍ତା

1 min
12.1K

ମନ କହେ ହୁଅନ୍ତି କି ପ୍ରଜାପତି

ଫୁଲରୁ ଫୁଲକୁ ଯାଇ ଉଡି ବସନ୍ତି।


ହେଲେ ମୋ ମଣିଷ ମନ

ଫୁଲକୁ ତା' ବୃନ୍ତରୁ ଅଲଗା କରିପାରେ!!

ହେଲେ ପ୍ରଜାପତି ତୁ

କେବଳ ରସ ଆସ୍ବାଦନ ଓ ସୌନ୍ଦର୍ଯ୍ୟକୁ ଉପଭୋଗ କରୁ।



ପ୍ରକୃତି ତା' କ୍ରୋଡରେ ମଣିଷ ଆଖିର ବିନୋଦନାର୍ଥେ

କେତେ ଚିଜ ସଜାଇ ରଖିଛି।

ହେଲେ ମଣିଷ ଆଖିକୁ ଯାହା ଭଲ ଲାଗେ

ସେ ତାକୁ କେବଳ ଅକ୍ତିଆର କରିବା ଶିଖିଛି।



ମନ ତୁ ଉପଭୋକ୍ତା କାହିଁକି?

ସମଗ୍ର ଜୀବ ଜଗତ ପ୍ରକୃତିର ପ୍ରତିଟି ଚିଜକୁ

ଉପଭୋଗ କରିବାକୁ ସେତିକି ହକଦାର

ଯେତିକି ତୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy