STORYMIRROR

Panchanan Jena

Fantasy

3  

Panchanan Jena

Fantasy

ରହିଲା ରାଣ

ରହିଲା ରାଣ

1 min
319

ରହିଲା ରାଣ

ଦିନକରେ ଚାହିଁ ହାତଯୋଡି ମୁହିଁ

ଦଶ ଦିଗପାଳ ଶାଖିଥିବ ଚାହିଁ

ଖାଉଛି ରାଣ

କରୁଛି ପଣ

ଶ୍ରାବଣ ବରଷୁ କି ଫଗୁଣ ହରଷୁ

ବୈଶାଖ ଉଜାତୁ କି ମାଘ ବି ବିଗାଡୁ

ସତ୍ୟ ହିଁ କହୁଛି

କହିବି ବାରବାର 

ରହିଲା ସାତ ଗାର ହେ ଶୁଣ ।


ରହିଲା ରାଣ

ତୁମ ପାଦପଦ୍ମେ ଥିବ ଜୀବନ ଯୌବନ

ମନ ଶିବାଳୟେ ବିଜେ ତୁମ ସିଂହାସନ

ଶୁଣ ନାଥପ୍ରାଣ

ଦେଇ ନାସାକର୍ଣ୍ଣ

ସଂକଟ ଆକଟୁ କି ବିପତ୍ତି ଆଉଟୁ

କୌତୁକ ଚହଟୁ କି ଉତ୍ସର୍ଗ ମଲାଟୁ

ଭାବନାରେ ତୁମେ

ଚେତନାରେ ଚୁମେ

ସେବାରେ ଦେବାରେ ନିସର୍ତ୍ତ ସମର୍ପଣ ।


ରହିଲା ରାଣ

ବୁଝେଇ ସୁଝେଇ ଦେବ ଆଖି ଦେଖେଇ

ବୁଲେଇ ବଙ୍ଗେଇ କଟୁକ୍ତି ଚଷିବ ନାହିଁ

ସମୟ ବାରଣ

ସସ୍ନାନ ସମ୍ଭାଷଣ

ପାରିଲା ପଣିଆ ପାଇକ ପୁଙ୍ଗବ

ଚରିତ୍ର ବେଦାଗ କଥାରେ ସୌଷ୍ଠଵ

ରାତିରେ ପାଖରେ

ଶୋଇବା ସାଥିରେ

ଶେଷ ନିଶ୍ଵାସ ଯାଏଁ କୋଳାଙ୍କରଣ ।


ରହିଲା ରାଣ

ଜୀବିକା ସଂକଟୂ କି କରୋନା ଝପଟୁ

ସୁସ୍ଥତା ଚମ୍ପଟୁ କି ଦାରିଦ୍ର୍ୟ କୁହାଟୁ

ଛାଇ ପରି ଥିବି

ଜାୟା କାୟା ଭାବି

ବିପଦ ଉତ୍କଟୁ କି ସଂପଦ ଚହଟୁ

ଦୁର୍ଦ୍ଦିନ ବି ଭେଟୁ କି ସୁଦିନ ପଲଟୁ

ମାଇଲ ଖୁଣ୍ଟ ପରି

ପଛେ ଚାଲି ଅନୁସରି 

ଛ' ଖଣ୍ଡ କାଠରେ ଅନ୍ତିମ ଶରଣ ।


ରହିଲା ରାଣ

ତୁମ ପଦସେବା ସଧବା ସଣ୍ଠଣା

ଚରିତ୍ର ଚମକୁ ଦମକୁ ଭିଡରେ ଗଣା

ଉଣା ହେଲେ ଘୃଣା

ମରି ଯିବି ବାରଣା

ପୂଜାରେ ସାଥିରେ ଦାନରେ ଆଗରେ

ବନ୍ଧୁତ୍ୱ ଗାଥାରେ ତ୍ୟାଗରେ ପ୍ରେମରେ

ମନରେ ନ ଆସୁ

ଚିନ୍ତାରେ ନ ପସୁ

ଲମ୍ଫଟର ଦାରା ହାରା ଗିରା ନ ଶୁଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy