STORYMIRROR

Arundhati Senapati

Others

3  

Arundhati Senapati

Others

ସମୟର ନଟି

ସମୟର ନଟି

1 min
12K

କାଗଜରେ ସମୟକୁ କିବା ଉତ୍ତାରିବି??

ଅତୀତ, ବର୍ତ୍ତମାନ ଅବା ଭବିଷ୍ୟତର ଧାରା

ଯାହା ହାତରେ କ୍ଷଣ କ୍ଷଣକେ ବଦଳେ

ସିଏ ସେହି ସମୟ।


ସମୟର ନଟିରେ ଛନ୍ଦି ନ ହୋଇ

ନିଜକୁ ତଥା ନିଜର ସତ୍ତାକୁ ମଧ୍ୟ

ସମୟାନୁସାରେ ସ୍ଥାପିତ କରିବାକୁ ପଡେ।


ଚାଲୁଥିବା ସମୟ ସହ

ତାଳ ଦେଇ ଆଗକୁ ଚାଲିବା ସହ

ସମୟର ଇଙ୍ଗିତରେ ବି

ଏଠି କ୍ରୀଡନକ ସାଜିବାକୁ ହୁଏ।


ତଥାପି ଅନବରତ ଖସି ଚାଲିଥିବା ବାଲି ପରି

ନିଜର ନିଜତ୍ବକୁ ନ ଖସେଇ

ସମୟର ଇଙ୍ଗିତରେ ଜୀବନକୁ

ଅତି ସନ୍ତର୍ପଣରେ ସମ୍ଭାଳିବାକୁ ପଡେ।



Rate this content
Log in