Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Arundhati Senapati

Romance

4.2  

Arundhati Senapati

Romance

ଲ୍ୟାଭେଣ୍ଡର ଅରଚିଡ୍ & ଜାସମିନ୍ ଅପେକ୍ଷାରେ

ଲ୍ୟାଭେଣ୍ଡର ଅରଚିଡ୍ & ଜାସମିନ୍ ଅପେକ୍ଷାରେ

1 min
23.9K


ସନ୍ଧ୍ୟା ସାତ

ଡ୍ରଇଁରୁମର କାଉଚରୁ

ସମସ୍ତଙ୍କ ଠାରୁ ନିଜକୁ ଦୂରେଇ ନେଇ

ନିଜକୁ ନିଜ ରୁମରେ ବନ୍ଦ ରଖି

ଅତି ସନ୍ତର୍ପଣରେ ତୁମେ ପଠାଇଥିବା ଚିଠି ଖୋଲୁ ଖୋଲୁ

ସେଇ ଲ୍ୟାଭେଣ୍ଡରର ବାସ୍ନା

ଆଃ

ସତେ କି ସାମନାରେ ତୁମେ ଦଣ୍ଡାୟମାନ। 

ତୁମ ବଡି ସ୍ପ୍ରେ

ତୁମକୁ ହିଁ ସାକ୍ଷାତ କରୁଥିଲା ବ୍ୟକ୍ତ

ଆଚ୍ଛା... ଏ ଚିଠି ନା ସ୍ବ-ଶରୀରରେ ତୁମେ

ଆତୁର ମନ ଓ ଆଖି 

ଦୁଇଫୋଲ୍ଡ ଚିଠିକୁ ଖୋଲି ଦେଖେ ତ'

ଅସୁମାରୀ ଆବେଗ ଭରା ଗୋଟିଏ ବାକ୍ୟ:

     ମୁଁ ଅଛି ତୁମ ସହ ପ୍ରତି ମୁହୂର୍ତ୍ତରେ।

  (l"m with you in every moment)

ଅଦ୍ଭୁତ ତୁମେ.....ଅଜବ ତୁମ ଚିଠି.....

ଗୋଟିଏ ବାକ୍ୟ ଆଉ ତା' ସହ ଲ୍ୟାଭେଣ୍ଡରର ବାସ୍ନା

ହେଲେ ମନରେ ଉତ୍ତାଳ ତରଙ୍ଗର ଜୁଆର।

ଚିଠିର ଶେଷଭାଗ କିନ୍ତୁ 

ଅତ୍ୟାଶ୍ଚର୍ଯ୍ୟ ଭିତରକୁ ସତେ କି ଭିଡି ନେଲା।

     ଅରଚିଡ୍ & ଜାସମିନ୍ ଅପେକ୍ଷାରେ

ଆରମ୍ଭ ଆଉ ଇତି କି ଅଜବ୍।

ଭାବୁଥିଲି

ତେବେ ତୁମେ ବି ମୋ ପରଫ୍ୟୁମକୁ ଜାଣ


Rate this content
Log in

Similar oriya poem from Romance