ହାସ୍ୟ ରସ
ହାସ୍ୟ ରସ
ଶୃଙ୍ଗାର, ହାସ୍ୟ, କରୁଣ,
ରୌଦ୍ର, ବୀର, ଭୟାନକ,
ବୀଭତ୍ସ, ଅଦ୍ଭୁତ, ଶାନ୍ତ ନବ ରସର
ଏ ସମାହାର କାବ୍ୟକୁ କରେ ସମୃଦ୍ଧ।
ହେଲେ ଜୀବନ ରୂପକ କାବ୍ୟରେ
ହାସ୍ୟ ରସ ଭରେ ମାଦକତା
କିଛି କ୍ଷଣର ଏ ହସ ଧାରଟିଏ
ମୁଖମଣ୍ଡଳରେ ଭରେ ଆଭା।
ହାସ୍ୟ ରସ ସୃଷ୍ଟିକାରୀ ପରିହାସକାରୀ
ମୁହଁରେ ରଙ୍ଗ ମାଖି
ନିଜର ଦୁଃଖକୁ ସେ ରଙ୍ଗବୋଳା
ମୁହଁ ପଛରେ ରଖି ହସେ ଓ ହସାଏ।
ଦୁଃଖର ନଈରେ ଖୁସିର ନାଆଟିଏ
ବାହି ନେବା ଏତେ ସହଜ ନୁହେଁ
ଯିଏ ବାହାନିଏ ସିଏ ଏଠି ଜୟ କରିଯାଏ
ଏ ଅମୂଲ୍ୟ ଜୀବନକୁ।