STORYMIRROR

Arundhati Senapati

Others

3  

Arundhati Senapati

Others

କେଇ କ୍ଷଣର କଥା

କେଇ କ୍ଷଣର କଥା

1 min
11.4K

ଝିଅ ମାନଙ୍କର ରିଜର୍ଭ

ବସର ଝରକା ପାଖ ସିଟ୍

ମୁଁ ଅବା ବାଦ୍ ପଡନ୍ତି କେମିତି ଯେ


ସକାଳର କଅଁଳ ସୂର୍ଯ୍ୟଙ୍କ କିରଣକୁ

ଉପଭୋଗ କରୁ କରୁ

ହଠାତ୍-

ଗୋଟେ ଉତ୍କଟ ଗନ୍ଧ ଯେମିତି 

ମୋ ଭିତରକୁ କୋରି ପକାଉଥିବା ପରି ଲାଗିଲା।


ନଜରର କଣରେ ଗୋଟେ ଯୁବକ

ଆଉ ତା' ଦୁଇ ଆଙ୍ଗୁଠି ମଝିରେ 

ଅଧା ଜଳା ସିଗାରେଟ୍ ଖଣ୍ଡ। 


ଯାହା ବିରକ୍ତ ଲାଗେ 

ତାକୁ ବେଳେ ବେଳେ ମୁହଁରେ କୁହାଯାଏ

ଆଉ ବେଳେ ବେଳେ ମନରେ ମାରି ରହିବାକୁ ପଡେ।


ହେଲେ ମୋ ମୁହଁର ବିଚିତ୍ର ଭଙ୍ଗୀ ହିଁ 

ଜୋତା ତଳେ ସିଗାରେଟକୁ ଦଳି ଦେବାକୁ 

ବୋଧେ ଯୁବକ ଜଣକୁ କଲା ବାଧ୍ୟ। 


କ୍ଷତିକାରକ ଜାଣି ସୁଦ୍ଧା 

ମୃତ୍ୟୁକୁ ଗଳାରେ ଗଳଗ୍ରହ କରି

ଏ ମଣିଷ କାହିଁକି ଯେ ବାନ୍ଧେ

ସତରେ ଜାଣିବା ବଡ ମୁସ୍କିଲ୍।


Rate this content
Log in