STORYMIRROR

Arundhati Senapati

Others

3  

Arundhati Senapati

Others

ଏକା

ଏକା

1 min
11.9K

ବହୁ ଜଣଙ୍କ ଭିତରେ ଜଣେ

ହେବାକୁ ହେଲେ କେତେ ଲାଞ୍ଛନା, ପୀଡା

ଭୋଗ କରିବାକୁ ପଡେ ତାହା ଅକଥନୀୟ।


ସମସ୍ତଙ୍କୁ ସାଥିରେ ଧରି ଚାଲିଲେ

ଚାଲିବାଟା ବିଳମ୍ବ ହୁଏ ସତ

ହେଲେ ଏକା ଚାଲିବାର ମଜ୍ଜା କିଛି ନିଆରା।


ବହୁ ବାଟ ଅତିକ୍ରମ କରିବାକୁ

ଅନେକ ପାଦ ସାଥିରେ ରହିବା ଜରୁରୀ

ହେଲେ ନିଜକୁ ସଂପାଦିତ କରିବାକୁ ହେଲେ

ନିଜକୁ ହିଁ ଏକା ଆଗକୁ ବଢିବାକୁ ହୁଏ।


ମନେ ପଡେ ଟାଗୋରଙ୍କ ସେ ବାକ୍ୟ-

ଯଦି ତୋ ସହ କେହି ନ ଆସନ୍ତି

ତେବେ ଏକୁଟିଆ ଚାଲରେ,

ଏକା ଚାଲିବା ଗୋଟେ ଅଜବ ନିିଶା

ଯେଉଁଠି କାହା ଆସିବା ପାଇଁ

ନ ଥାଏ ପ୍ରତୀକ୍ଷା କିିିିମ୍ୱା ନ ଥାଏ

ଅବସୋସର କୌଣସି ଛାପ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍