STORYMIRROR

Arundhati Senapati

Abstract

2  

Arundhati Senapati

Abstract

ଦ୍ବିତୀୟ ଈଶ୍ବର

ଦ୍ବିତୀୟ ଈଶ୍ବର

1 min
2.7K

ମାନବ ସେବା ହିଁ ମାଧବ ସେବା

ବ୍ରତ ଯାହାର

ତାଙ୍କୁ ଆମେ କହୁ

ଦ୍ବିତୀୟ ଈଶ୍ବର।


ଈଶ୍ବର ସ୍ବ-ଶରୀରରେ ସର୍ବତ୍ର

ବିଦ୍ୟମାନ ହୋଇପାରିବେନି ବୋଲି

ବୋଧ ହୁଏ ଆକାଶ ସମ ପିତା,

ଧରିତ୍ରୀ ସମ ମାତା ପ୍ରଦାନ କରିଛନ୍ତି।


ମାତା-ପିତାଙ୍କ ଦତ୍ତ ଶରୀରରେ ବି

ରୋଗ ବୈରାଗ ଆସେ।

କାଠକୁ ଘୁଣ ଖାଇବା ପରି ମଣିଷ ଶରୀରକୁ

ରୋଗ ପରି ଘୁଣ ମଧ୍ୟ ଆକ୍ରମଣ କରେ।


ଆକ୍ରମଣରୁ ଜଣେ ଯୋଦ୍ଧା ହିଁ ରକ୍ଷକ ସାଜେ

ଆଉ ସେ ଯୋଦ୍ଧା ତ' ଦ୍ବିତୀୟ ଈଶ୍ବର ବୈଦ୍ୟ

ରୋଗର ନିଦାନ ପାଇଁ ବୈଦ୍ୟ ଓ ପଥ୍ୟ

ଦୁହେଁ ପରିପୂରକ।


ଏ ଦ୍ବିତୀୟ ଈଶ୍ବର ମାନଙ୍କୁ

ସର୍ବ ଶକ୍ତିମାନ୍ ଈଶ୍ବର ହିଁ ସହାୟ ହୁଅନ୍ତୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract