ବାପା
ବାପା
ବାପା କେଉଁ ଅଳଙ୍କାରେ
ବର୍ଣ୍ଣିବି ତୁମକୁ
ତୁମେ ଅସରନ୍ତି ଶବ୍ଦ କୋଷ
କେଉଁଠୁ ବର୍ଣ୍ଣନା କରିବି ବାପା ମୁଁ
କେଉଁଠି କରିବି ଶେଷ।।
ପାଏ ନାହିଁ ଭାଷା ଲେଖନୀ ରେ ମୋ'ର
ତୁମକୁ ବର୍ଣ୍ଣିବା ପାଇଁ
ତଥାପି ଏ ମନେ ଯେତେ ଭାଷା କୋଷ
ତୁମ ପାଦେ ଦେବି ଥୋଇ।।
ବାପା ବୋଲି କହି ଡାକି ଦେଉଥିଲେ
ଆତ୍ମା ଶାନ୍ତି ଭରିଯାଏ
ଯେତେ ଦୁଃଖ ଥିଲେ ତୁମକୁ ଦେଖିଲେ
ଅବଶୋଷ ମେଣ୍ଟିଯାଏ।।
ତୁମେ ତ ମଧୁର ଶବ୍ଦ ଟିଏ ବାପା
ତୁମ ସରି କିଏ ହେବ
ଏ ତିନି ଭୁବନେ କେହି ନାହିଁ ଜଣେ
ତୁମ ଆସନ କେ ନେବ।।
ତୁମରି ଶାସନ ହିତ ଉପଦେଶ
ଏ ଜୀବନେ ରହିଥାଉ
ସତ୍ୟ ପଥେ ଚାଲି ମିଥ୍ୟା ପରିହରି
ଏ ଜୀବନ ମୋର ଯାଉ।।
ଜୀବନ ରେ ଯେତେ ଦୁଃଖ ଆସେ ବାପା
ସବୁକୁ ଆଡେଇ ଦେଇ
ତୁମ ନୀତିଶିକ୍ଷା ଏ ଜୀବନେ ସାର
ସତ୍ୟ, ନ୍ୟାୟ ଧର୍ମ ପାଇଁ।।
