STORYMIRROR

Anusuya Mallick

Abstract Classics

4  

Anusuya Mallick

Abstract Classics

ଶ୍ରାବଣୀ

ଶ୍ରାବଣୀ

1 min
343


ଆସହେ ଶ୍ରାବଣୀ ବିରାଜିତ ହୁଅ

  ମୋ ମନ ମନ୍ଦିରେ ଆଜି

ପ୍ରଖର ସ୍ରୋତରେ ଧୋଇଦିଅ ଯେତେ

  ମୋମନ କାମନା ରାଜି  ।।


କାଳବୈଶାଖୀର ଗଗନ କାମ୍ରାରେ

   ଆଉ ନ ପାରିବି ଉଡ଼ି

ସ୍ୱପ୍ନର ମିନାର ତୋଳିବାର ନିଶା

  ଯାଉପଛେ ମୋର ବୁଡି  ।।


 ବାସନା ମଦିରା ବଢ଼ିଗଲା ସିନା

   ହୃଦ ମନ ପୋଡ଼ିଗଲା

ନିନ୍ଦା ଅପବାଦ ସଂସାର ଭିତରେ

   ଜୀବନତ କଟିଗଲା   ।।


ତୁମେ ଶ୍ରାବଣୀର ବାରିଧାରା ପରା

   ମୋର ପାପପୁନ୍ୟ କେତେ

ଭସ୍ମ କରିଦିଅ ଏ ଜୀବନ ମୋର

   ସପନ ଅଛିମୋ ଯେତେ  ।।


ସଉଧ ଭିତରେ କାମନା ବଢିବ

   ହେବ ଯନ୍ତ୍ରଣା ବିନାଶ

ଜୀବନକୁ ମୋର ଧନ୍ୟ କରିଦେବ

   ନ ଥିବତ ଅବଶୋଷ  ।।


ବୁଡିଯିବା ପାଇଁ ତୀବ୍ର ହୁଏ ମୋର

  ତୁମ ବର୍ଷା ଧାରାପରେ

କାମନା ମଦିରା ଲୋଡାନାହି ମୋର

   ଥିବି ମୁଁ ନିକାଞ୍ଚନରେ  ।।


ପାପପୁଣ୍ୟ ଭରା ଦୁନିଆର ମୋହ 

   ନଥିବ ଯେ ସେହିଠାରେ

କରେ ନିବେଦନ ଶୁଣ ହେ ଶ୍ରାବଣୀ

   ଗୁହାରି ତୁମରି ଠାରେ   ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Anusuya Mallick

ବାପା

ବାପା

1 min ପଢ଼ନ୍ତୁ

Similar oriya poem from Abstract