ଶ୍ରାବଣୀ
ଶ୍ରାବଣୀ
ଆସହେ ଶ୍ରାବଣୀ ବିରାଜିତ ହୁଅ
ମୋ ମନ ମନ୍ଦିରେ ଆଜି
ପ୍ରଖର ସ୍ରୋତରେ ଧୋଇଦିଅ ଯେତେ
ମୋମନ କାମନା ରାଜି ।।
କାଳବୈଶାଖୀର ଗଗନ କାମ୍ରାରେ
ଆଉ ନ ପାରିବି ଉଡ଼ି
ସ୍ୱପ୍ନର ମିନାର ତୋଳିବାର ନିଶା
ଯାଉପଛେ ମୋର ବୁଡି ।।
ବାସନା ମଦିରା ବଢ଼ିଗଲା ସିନା
ହୃଦ ମନ ପୋଡ଼ିଗଲା
ନିନ୍ଦା ଅପବାଦ ସଂସାର ଭିତରେ
ଜୀବନତ କଟିଗଲା ।।
ତୁମେ ଶ୍ରାବଣୀର ବାରିଧାରା ପରା
ମୋର ପାପପୁନ୍ୟ କେତେ
ଭସ୍ମ କରିଦିଅ ଏ ଜୀବନ ମୋର
ସପନ ଅଛିମୋ ଯେତେ ।।
ସଉଧ ଭିତରେ କାମନା ବଢିବ
ହେବ ଯନ୍ତ୍ରଣା ବିନାଶ
ଜୀବନକୁ ମୋର ଧନ୍ୟ କରିଦେବ
ନ ଥିବତ ଅବଶୋଷ ।।
ବୁଡିଯିବା ପାଇଁ ତୀବ୍ର ହୁଏ ମୋର
ତୁମ ବର୍ଷା ଧାରାପରେ
କାମନା ମଦିରା ଲୋଡାନାହି ମୋର
ଥିବି ମୁଁ ନିକାଞ୍ଚନରେ ।।
ପାପପୁଣ୍ୟ ଭରା ଦୁନିଆର ମୋହ
ନଥିବ ଯେ ସେହିଠାରେ
କରେ ନିବେଦନ ଶୁଣ ହେ ଶ୍ରାବଣୀ
ଗୁହାରି ତୁମରି ଠାରେ ।।
