STORYMIRROR

Manaswinee Dash

Abstract

3  

Manaswinee Dash

Abstract

କବିତା ଓ କନ୍କାଳ

କବିତା ଓ କନ୍କାଳ

1 min
183


କବିତା ଅନର୍ଗଳ ବହିଯାଏ ନେଇ ଜୀବନରଗାଥା, 

ଯେମିତି ବହିଯାଏ ନଇ ଚିରସ୍ରୋତା, 

ଯେମିତି ନଇର ନଥାଏ ଆକାର ବା ସୀମା, 

ପାଣି ନିୟନ୍ତ୍ରଣ କରେ ତା ପରିସୀମା। 


କବିତା ର ନାହିଁ ନିର୍ଦିଷ୍ଟ କନ୍କାଳ ସଖୀ, 

ଯଊ ଭାବନା ହୁଏ କବି ମୁନ୍ଡ ରେ ଉନ୍କି, 

ସେହି ରୂପରେ ସୋ କବିତାକୁ ବାଡି ରଖି, 

ପାଠକର ମନକୁ ଛୁଇଁଲେ ସବୁ ଟିକି। 



କନ୍କାଳ ଉପରେ ହାଡ ମାନ୍ସ ରକ୍ତର ଛାଉଣୀ, 

ଶରୀର ରୂପରେ ହୁଅଇ ଗଣି, 

ରହିଛି ତ ଗୋଟେ ହ୍ରୁଦୟ, 

ଲଗାଇ ଚାଲେ ସବୁଠି ଲୟ। 


କବିର ଭାବନା ହଉ ହର୍ଷ, ବିଷାହ ଅବା ବିସ୍ମୟ, 

କବିତା ର କଂକାଳ ର ଏହି ପରିଚୟ, 

କବିତାର ହୃଦେ ଯିଏ ବସଇ, 

ସେ ରୂପକୁ କବିତା ବଖାଣି ଦିଅଇ। 


ହୋଇଥାଏ ଯେତେ ଶବ୍ଦ ସଂଯୋଜନା, 

କବିତା ହୁଏ ମନଲୋଭା ସିନା, 

କବିତା ଓ କଂକାଳ ପରିପୂରକ, 

କବି ଦୁହିଁକୁ ଦିଏ ରୂପରେଖ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract