ଭାରତ ମାତାର ଆମେରେ ସନ୍ତାନ
ଭାରତ ମାତାର ଆମେରେ ସନ୍ତାନ
ହିନ୍ଦୁ ନୁହେଁ କି, ମୁସଲିମ ନୁହେଁ
ନୁହେଁ ଆମେ ଖ୍ରୀଷ୍ଟିଆନ,
ଭାରତ ଆମର ଅଟେ ଜନନୀ
ଆମେ ତାହାର ସନ୍ତାନ ।
ଆସରେ ସମସ୍ତେ ଭଉଣୀ ଭାଇ
ଦିଅରେ ହାତ ମିଶାଇ,
ଜାତି, ଧର୍ମ, ବର୍ଣ୍ଣ ସବୁ ଦୁରେଇ
ଭାରତୀୟ ଭାବ ବହି ।
ତା' ଗୀତକୁ ଆମେ ଗାଇ ସ୍ଲୋଗାନେ
କରିବାରେ ଜୟଗାନ,
ଭାରତ ଆମର ଅଟେ ଜନନୀ
ଆମେ ତାହାର ସନ୍ତାନ ।
ତୋହରି କୋଳରେ ଜନମ ହୋଇ
କରଇ ଦୁର୍ନାମ ସେହି,
ତୋହର ଖାଇ ମା, ତୋ ଗୁଣ ଗାଇ
କରେ ତୋ ସାଥେ ଲଢେଇ |
ତୋ ଠାରୁ ବିଛିନ୍ନ ହୋଇ ରହିଲା
ସେ ହେଉଛି ପାକିସ୍ତାନ,
ଭାରତ ଆମର ଅଟେ ଜନନୀ
ଆମେ ତାହାର ସନ୍ତାନ ।
ଆମ ଜୀବନକୁ ପାଣି ଛଡେଇ
ଅହିଂସାକୁ ହୃଦେ ବହି,
ପାକିସ୍ତାନ ପରି ଆମେ ନ ହୋଇ
ଯେତେ ଝଡ ଝଞ୍ଜା ସହି l
ଆମର ବାପୁଜୀଙ୍କ ପରି ହୋଇ
ରଖିବୁ ତୋହର ମାନ
ଭାରତ ଆମର ଅଟେ ଜନନୀ
ଆମେ ତାହାର ସନ୍ତାନ ।
