STORYMIRROR

ଦୀପଙ୍କର ଦାସ

Abstract Romance Fantasy

3  

ଦୀପଙ୍କର ଦାସ

Abstract Romance Fantasy

ତୁମେ ଆସ

ତୁମେ ଆସ

1 min
349

କୁହନ୍ତି,

ମୋ ହାତରେ ତୁମ ନାଆ ଲେଖା ନାହିଁ,

କିନ୍ତୁ ତୁମେ ଆସ, ମୋ ଘର କାନ୍ଥରେ ଦୁଇହିଁଙ୍କ ନାଆ ଲେଖିଦେବି,

କୁହନ୍ତି ତୁମେ ଫଟାକପାଳି ,

କିନ୍ତୁ ତୁମେ ଆସ ,ଚୁମ୍ବନ ସୁଇରେ ତାକୁ ବି ସଜେଇ ଦେବି,

ଅନ୍ଧାର ରାଜ୍ୟରେ ଘର ମୋର,

କିନ୍ତୁ ତୁମେ ଆସ,ମୁଁ ପୁରା ଜହ୍ନ କୁ ଆଣି ମୋ ଘର ସଜେଇଦେବି।

ଆଶା ପ୍ରତ୍ୟେକ ସକାଳ ରେ କବାଟ ଖୋଲି ଭାବେ ତୁମେ ଆସିବ

ସ୍ବପ୍ନ ଅଧା ଦେଖା ରହିଯାଏ କାଳେ ତୁମେ ପୂରଣ କରିବ

ଅତୀତର ସ୍ମୃତିକୁ ହୃଦୟରେ କବର୍ ଦେଇ ରଖିଛି

ଲୁହ ସବୁ ସ୍ୟାହି ସାଜି ବହୁଛି

ଆଉ ମୁଁ କବିତା ସବୁ ପୃଷ୍ଠାରେ ନୁହଁ ସମାଧି ଉପରେ ଲେଖୁଛି।

ମୋର ପ୍ରତ୍ୟେକ ପ୍ରେମ କବିତାରେ ମୁଁ ତୁମକୁ ଲେଖିଛି

କେବେ ଆସି ଦେଖିଯିବ

କାଳି ନୁହଁ ସଖୀ ଲହୁରେ ଲେଖିଛି

କେବେ ଆସି ପଢ଼ିଯିବ

ଯନ୍ତ୍ରଣା ଜୁଆର ଦରିଆ ଭାଙ୍ଗିଛି

ମାନିବାର ନାହିଁ ଥୟ

ତଥାପି ଆଜି ମୁଁ ତୁମ ଅପେକ୍ଷାରେ

ହୋଇଛି ରୁଧିରମୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract