STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଦୀପାବଳି

ଦୀପାବଳି

1 min
212


ମୋର ଦୀପାବଳି ତୁମ ଦୀପାବଳି

   ଦୀପାବଳି ବହୁରଙ୍ଗ

ଆସିଛି ଏ ବର୍ଷ ପ୍ରକାଶକୁ ଘେନି

   ଅମୃତ କାଳ ଉମଙ୍ଗ।


ଅନ୍ଧାରୁ ପ୍ରକାଶ ଦୀପ୍ତିମାନ ହୁଏ

  ସବୁ କ୍ଷେତ୍ର ପ୍ରକାଶିତ,

ତହିଁ ଦୀପାବଳି ସନ୍ଦେଶ ଦେଉଛି

  ଉଜ୍ଜ୍ୱଳର ଭବିଷ୍ୟତ।


ବାଣ ଭି ସ୍ବଦେଶୀ ଦୀପ ଭି ସ୍ବଦେଶୀ

  ସ୍ବଦେଶୀ ନିର୍ମିତ ସବୁ,

ବଜାର ସାଜିଛି ସ୍ବଦେଶୀ ନିର୍ମିତ

  ତହିଁ କିଣୁ ଛନ୍ତି ସବୁ।


ଯହିଁ କୁମ୍ଭକାର ଅତି ଆନନ୍ଦିତ

  ତାହାରି ନିର୍ମିତ ବିକ୍ରି,

ବାଣ ବିକ୍ରି ଏବେ ସ୍ବଦେଶୀ ନିର୍ମିତ

  କପଡ଼ା ଖାଦିର ବିକ୍ରି।


ବିଜୁଳି ବତୀରେ ସଜ୍ଜିତ ଟି ଗୃହ

  ବତୀ ଭି ଦେଶେ ନିର୍ମିତ,

ହୋଇଛି ଭାରତ ଆତ୍ମନିର୍ଭରରେ

  ପ୍ରକାଶ ପର୍ବେ ସଜ୍ଜିତ।


ଦୃଶ୍ୟ ରଙ୍ଗୋଲିରେ ମନ ମୋହୁଥିବ

  ଦ୍ବାରଦ୍ବାର ଲେଖାହେବ,

ଦୀପେ ସୁସଜ୍ଜିତ ମାଟି ଦୀପ ଯହିଁ

  ମନ ପୁଲକିତ ହେବ।


ପର୍ବ ପ୍ରକାଶର ଦୀପତ୍ସବେ ଭାଇ

  ସବୁତ ରାଷ୍ଟ୍ରେ ନିର୍ମିତ,

ପରିଚୟ ଦିଏ ଆତ୍ମନିର୍ଭରର

  କରୁଛି ରାଷ୍ଟ୍ର ଗର୍ବିତ।


ନୂଆ ଭାରତର ଅମୃତ କାଳର

  ଏହୁ ଦୀପାବଳି ପରା,

ପ୍ରେମ ପ୍ରୀତିଶ୍ରଦ୍ଧା ପର୍ବ ପରାଏହୁ

  ପର୍ବ ଏକତ୍ରିତ ପରା।


ଶାନ୍ତିର ସନ୍ଦେଶ ଦୁନିଆକୁ ଦେବ

  ଯୁଦ୍ଧେ ନାହିଁ କିଛି ଲାଭ,

ମନ୍ତ୍ର ଅହିଂସାର ମନ୍ତ୍ରଦେବ ବିଶ୍ବେ

  ନାହିଁଟି ହିଂସାରେ ଲାଭ।


ରାଷ୍ଟ୍ରର ସଂସ୍କୃତି ଗୁଞ୍ଜିବ ବିଶ୍ବରେ

 ଧର୍ମ ଭକ୍ତି ସେବା ଜ୍ଞାନ,

ଦେବ ଦୀପତ୍ସବ ପ୍ରକାଶିତ କରି

  ଅମୃତ କାଳରେ ଜ୍ଞାନ।


ପ୍ରଭୁ ଧନନ୍ତରୀ କରିବେ ଭାଇରେ

  ରୋଗ ନିବାରଣ ଯହିଁ,

ଅନ୍ନପୂର୍ଣ୍ଣା ଲକ୍ଷ୍ମୀ କରୁଣା କରିବେ

  ନଥିବ ଅଭାବ କହିଁ।


ଯହିଁ ଗଜାନନ ଜ୍ଞାନ ଦେବେ ଜନେ

  କୁବେର ଦେବେ ସମ୍ପତ୍ତି,

ହେବ ଶକ୍ତିଶାଳୀ ପବିତ୍ର ଭାରତ

  ନରହିବ କାର ଭୀତି।


ଗୁଞ୍ଜନ କରିବ ହରେ କୃଷ୍ଣ ରାମ

  ଗୁଞ୍ଜନଟି ଜଗନ୍ନାଥ,

ଜ୍ଞାନ ଞ ବିଜ୍ଞାନ ଦେବ ବିଶ୍ବେଶିକ୍ଷା

  ହେବପୂର୍ଣ୍ଣ ମନରଥ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract