Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Inspirational Others

3  

Chittaranjan Nanda

Abstract Inspirational Others

ବିପ୍ଳବୀର ଆହ୍ୱାନ

ବିପ୍ଳବୀର ଆହ୍ୱାନ

1 min
210



ସାହି, ବସ୍ତି, ଗ୍ରାମ ଅବା ନଗର

ଘଟେ ଆଜି ବୀଭିଷିକା ରକ୍ତର ।


ବେଦିନୀ ଥରେ ପୋଲିସ ଚକ୍ରାନ୍ତରେ

ଭ୍ରଷ୍ଟ ନେତା ମନ୍ତ୍ରୀଂକ ପ୍ରରୋଚନାରେ ।


ଚଣ୍ଡ ଓ ପାଷାଣ୍ଡଙ୍କ ଉପଦ୍ରବରେ

ରକତର ହୋଲି ଚତୁଃପାର୍ଶ୍ୟରେ ।


ଅନ୍ୟାୟ ସବୁ ଆମେ ଦେଖୁଅଛୁ

ହେଲେ ନୀରବଦ୍ରଷ୍ଟା ସାଜିଅଛୁ ।


ହେ ମଣିଷ ସମାଜ ରୁହ ନୀରବ

ନିଷ୍ପନ୍ଦ କିମ୍ପାଇଁ, କେବେ ଜାଗିବ ।


ସତ୍ୟ ନ୍ୟାୟ ର ପ୍ରତିଷ୍ଠା ପାଇଁ

ରଣାଙ୍ଗନେ ହୁଅ ଉଭI, ଭଉଣୀ ଭାଇ ।


ଦେହ ହୋଇଥିଲା ରଞ୍ଜିତ ଲାଲ ରକ୍ତରେ

ପୁରୁଣା ବିପ୍ଳବ ଗୁଡିକୁ ଭୁଲି ଯାଆନା ରେ ।


ବାଜିଉଠୁ ରଣ ଦୁନ୍ଦୁଭିର ଶଂଖର ଭେରୀ

ଲୋପ କରିବାକୁ ଅନ୍ୟାୟୀ ଓ ଅତ୍ୟାଚାରୀ ।


ଦୁନିଆଁରୁ ଲିଭି ଯିବ ରାଗ ଦ୍ବେଷ ଅହଙ୍କାର,

ଗରବ ଓ ଭାଉ ନାରୀ ମାଂସ ଲୋଭୀଙ୍କର ।


ଯେଉଁ ଠାରୁ ଆସିଥିଲୁ ପୁଣି ସେଠାକୁ ଯିବୁ

ଭାବ ଥରେ ଅପକର୍ମ କରି କି ଲାଭ ପାଇବୁ ।






























Rate this content
Log in

Similar oriya poem from Abstract