STORYMIRROR

ଦୀପଙ୍କର ଦାସ

Romance Tragedy Fantasy

3  

ଦୀପଙ୍କର ଦାସ

Romance Tragedy Fantasy

ସାଥି ତୁମେ ଫେରିବକି

ସାଥି ତୁମେ ଫେରିବକି

1 min
318

ନିଦ ଭାଙ୍ଗିବାର ନୂଆ ଉପାୟ ବାହାର କରିଛି

ପ୍ରିୟା ଏବେ ସପନରେ ପାଉଁଜି ପିନ୍ଧି ଆସୁଛି

ଶୀତରେ ଆସୁଛି ପବନରେ ମିଶି

ଚାଦର ଭିତରେ ପଶୁଛି

ଥରିଲା ଦେହକୁ ଆହୁରି ଥରେଇ 

ହସିଦେଇ ବହିଯାଉଛି

ଆହୁରି ଥଣ୍ଡା ତା ଓଠ ସ୍ପର୍ଶ

ଜ୍ବରରେ ପକେଇ ଯାଇଛି

ନିଦ ଭାଙ୍ଗିବାର ନୂଆ ଉପାୟ ବାହାର କରିଛି

ପ୍ରିୟାକୁ କହିଲି ସନ୍ଧ୍ୟାରେ ଆସ 

ମୁଁ ରାତିର ଚାନ୍ଦ ଆଣିବି

ଆକାଶ ବୁକୁରୁ ମନ ଲୋଭା ତାରା 

ତୁମ ଲାଗି ବାଛି ଦେବି

ସେ କାହିଁ ବୁଝିବ ଅମାନିଆ ପକ୍ଷୀ

ଦେହଗଞ୍ଜ କରି ଯାଉଛି

କେଉଁ ଜ୍ବରରେ ପକେଇଯାଇଛି

ବୈଦ ଔଷଧ ହାରିଛି

ଚିଡେଇବାର ନୂଆ ଉପାୟ ଖୋଜି ଆଣିଛି

ମୁଁ ପୁଣି କହିଲି 

ତୁମେ ଭରା ଦ୍ବିପହରେ ଆସ

ମୁଁ ସନ୍ଧ୍ୟାର ଛାଇ ଆଣିବି

କିଛି ସଞ୍ଚିଥିବା ସମୟ 

ସବୁ ତୁମ ପାପୁଲିରେ ଦେବି

ଗାଁର ମଝିରେ ଗଛ ଉହାଡରେ

ଗୋପନରେ କଥା ହେବି

ପ୍ରେମ ପାଉଁଜିରେ ଭାବର ଝୁମୁକା

ପାଦ ମଞ୍ଜୀରେ ଦେବି

ତୁମ ମଥାର ଅଲରା କେଶକୁ

କଇଁ ଫୁଲେ ଭରି ଦେବି

ବାଡି ବରକୋଳି କିଛି ତୁମ ପାଇଁ 

ମୁଣିରେ ଲୁଚେଇ ଥିବି

କିଛି ପ୍ରଶ୍ନ ଆଉ କିଛିଟା ଉତ୍ତର

କର୍ଣ୍ଣ କୁଣ୍ଡଳରେ ଦେବି

କାନ୍ଧରେ ତୁମର ହାତ ରଖିଦେଇ

ଛାତିରେ ଆଉଜି ନେବି

ସନ୍ଧ୍ୟା ଆସୁଛି ଫେରିବାକୁ ହେବ

ଯିବା ଅନୁମତି ଦେବି

ଯିବା ସମୟରେ ଏତିକି କହିବି

ସାଥି ତୁମେ ପୁଣି ଫେରିବକି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance