Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Fantasy

3  

Prafulla Chandra Mishra

Fantasy

ମୋ ଗାଆଁ

ମୋ ଗାଆଁ

1 min
318



ମୋଓ ଗାଆଁ ସମ କାହିଁ’ଦେଖିନି’ ମ’ରତେ   

ରମଣୀୟ ଚାରୁଚିତ୍ର' ଅମୃତ' ଉ’ଲ୍ଲାସେ

ମୋଓ' ଗାଆଁ' ଉଠେ ହସି'

ସେହି ମୋ ଜନମ ମାଟି' ମର୍ତ୍ତ୍ୟର, ଉ’ର୍ବଶୀ ।

       

ମଥାର ମୁକୁଟ ସମ' ନିଘଞ୍ଚ' ଶ’ଇଳ

ପଦ ପଖାଳଇ ନୀଳ' ଚିଲିକା’ ର' ଜଳ

ବକ୍ଷ କେଦା’ର ଭୂଷିତା

ଶ୍ୟାମ ଦୁକୁଳ ଶୋଭିତା' କିବା ସି’ନ୍ଧୁ’ସୁତା ।

      

ପ୍ରଭାତେ ମାର୍ତ୍ତଣ୍ଡ ରଶ୍ମୀ'ରଙ୍ଗ ସା'ତରଙ୍ଗେ

କଳର’ବ ସଙ୍ଗୀତେ ମୁ’ଖର ହୋ’ଇ’ଉଠେ

ବ୍ରାହ୍ମ ମୂହୁ’ର୍ତ୍ତେ ବ୍ରାହ୍ମଣ

ଉଚ୍ଚ ସ୍ଵରେ ଶଦ୍ଦାୟୀତ' ବେଦ ଉ’ଚ୍ଚା’ରଣ ।

        

ନାନା ଜାତି ରଙ୍ଗ ବେର’ଙ୍ଗର ପ’କ୍ଷୀ’ ଯୁଥ

ଜଳ କ୍ରୀଡାରେ ମଗନ' କଳର’ବ’ ରତ

ହୁଏ ଗାଆଁ' ମୁଖରିତ

ଶୋଭିତ ଅବନୀ ଶ୍ରେଷ୍ଠ, ଅବା ଇ’ନ୍ଦ୍ର’ପ୍ରସ୍ଥ ।

      

ମୀନ ନେତ୍ରା ଶୁଭ୍ର ନୀଳ' କୁଞ୍ଚିତ' କୁ’ନ୍ତଳା

ମାଆ ମୋର ଗାଆଁ ନିଜେ' ଶ୍ରୀକ୍ଷେତ୍ର' ଚ’ଞ୍ଚଳା

କରେ କୋଟି’ ନମସ୍କାର

ଅଭୟ ଦାୟିନୀ ତୁମୋ' ଜନ୍ମ ଷ’ଷ୍ଠୀ’ ଘର ।

      

ମୋ ଗାଁ'ର ଦେବାଳୟ' ଭାଗବ’ତ’ ଘର

ମୋ ଗାଆଁ'ର ଜାନି ଯାତ୍ରା' ନାହିଁ ପ’ଟା’ନ୍ତର

ନିତି ସଞ୍ଜେ’ ସଞ୍ଜବତୀ

ଶଙ୍ଖ ଘଣ୍ଟ ଘଣ୍ଟା ନାଦ' ମନ୍ଦିର' ଆ’ଳତି ।

      

ଭଗବତ ଘରୁ ଶୁଭେ' ହରେ କୃ’ଷ୍ଣ’ ନାମ

ପବିତ୍ର ଲାଗଇ ଖୋଳ' ତାଳରେ, ଭ’ଜନ

ଗହ ଗହ’ସ୍ଫୁରି ଉଠେ

ଅମୀୟ ଆନନ୍ଦ ରୋଳେ' ମୋ ଗାଆଁ' ଚ’ହଟେ ।

      

ଦାଦା ଖୁଡି ବଡବାପା' ମାଆ ବ’ନ୍ଧୁ' ବର୍ଗ

ସେନେହ ଆଦର ପ୍ରୀୟା' ପ୍ରୀତି ଅ’ନୁ’ରାଗ

ଜେହ୍ନେ ମଳ’ୟ ପବନ

ସତେ ବୈକୁଣ୍ଠ ଆଳୟ' ଅଳକା' ଭୁ’ବନ ।

      

ନାରିକେଳ ଆମ୍ଵ ଲୀମ୍ବ' ପାଦପ' ବେ’ଷ୍ଟିତ

କିଆ କେତକୀ ସୈାରଭ' ହୁଏ ବି’ଛୁ’ରିତ

ଜଳେ ସ’ଞ୍ଜ’ବତୀ ସଞ୍ଜେ

ବୃତାବତୀ ମୂଳେ ପୁରା,ଣ ରେ ମ’ନ’ ମଜ୍ଜେ ।

      

ଗାଆଁ ଶମଶାନ ଝଙ୍କା' ଚକା ବ’ର’ଗଛ

ସମାଧି ମାଳିନୀ ବିଚ’ରଣ ବ୍ୟୋ’ମ’କେଶ

ଶବ ଶିବା' ଅସ୍ଥି ଭସ୍ମ

ମେଳେ ଚିତ୍ର ମାଳା ଦିଶେ' ଭୟାନ’କ’ ଦୃଶ୍ୟ ।

      

ସରସୀ ଶୋଭିତ ପଦ୍ମ' କୁମୁଦ' ମ’ଣ୍ଡନା

ମୋ ଗାଆଁ ଅଳକାପୁର' ବିଶ୍ଵରା’ଜ’ ଜେମା

କିବା ହୃଷୀ’କେଶ ବାମା

ମହୀମଣ୍ଡଳେ ବିଦିତ' ରମ୍ୟ ଅ’ନୁ’ପମା ।

    

ଗାଆଁ ଦାଣ୍ଡ ଧୂଳି ଘର’ଚଟିଆ’ ର' ‘ବାଲି

ଖେଳ' ଆହା କାହିଁ ଆଉ' ନାହିଁ ଆ’ଜି’କାଲି

ହଜି ଯାଇ’ଛି ସେ ଦିନ

ତ୍ଵତ୍ପାଦ ସରୋଜ ରଜ' ମୋ ମଥା' ଚ’ନ୍ଦନ ।

      


     



Rate this content
Log in

Similar oriya poem from Fantasy